Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

୩୩ କୋଟି ଛାତ୍ର-ଛାତ୍ରୀଙ୍କ ପାଇଁ ଖୁସି ଖବର, ସମଗ୍ର ଦେଶରେ ଏହି ଦିନ ଖୋଲିପାରେ ସ୍କୁଲ

7/06/2020 at 4:16 PM

ନୂଆଦିଲ୍ଲୀ ୦୭।୦୬: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସମଗ୍ର ଦେଶରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଅଗଷ୍ଟ ପରେ ଖୋଲା ଯାଇପାରେ। ପୂରା ଦେଶରେ ମାର୍ଚ୍ଚ ୧୬ରୁ ସ୍କୁଲ ଓ କଲେଜ୍ ବନ୍ଦ ରହିଛି। ସମଗ୍ର ଦେଶର ପ୍ରାୟ ୩୩ କୋଟି ଛାତ୍ର ସଂପ୍ରତି ଏହି ଭ୍ରମରେ ପଡି ଯାଇଛନ୍ତି ଯେ, କେବେ ସ୍କୁଲ ଖୋଲିବ। ସେମାନେ ସ୍କୁଲ-କଲେଜ୍ କେବେ ଖୋଲିବା ତାହା ଶୁଣିବାକୁ ଅପେକ୍ଷା କରି ରହିଛନ୍ତି।

ମେ ମାସରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହା କୁହାଯାଉଥିଲା ଯେ, ସ୍କୁଲ ଓ କଲେଜ୍ ଜୁଲାଇ ମାସରେ ଖୋଲା ଯାଇପାରେ। ଏହି ସମୟରେ ଶିକ୍ଷାନୁଷ୍ଠାନଗୁଡିକରେ ୩୦ ପ୍ରତିଶତ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ପାରନ୍ତି ବୋଲି କୁହାଯାଉଥିଲା। ଏହା ସହିତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଘରେ ରହିବେ। ଏହା ମଧ୍ୟ କୁହାଯାଉଥିଲା ଗ୍ରୀନ ଓ ଅରେଞ୍ଜ  ଜୋନ୍‌ରେ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯିବ। ଏହି ସମୟରେ ସାମାଜିକ ଦୂରତା ନିୟମ କଡାକଡି ପାଳନ କରାଯିବ। ଏହା ବ୍ୟତୀତ ସ୍କୁଲର ସଞ୍ଚାଳନ ଦିନକୁ ଦୁଇଟି ପର୍ଯ୍ୟାୟରେ ହେବ।

ଇଣ୍ଡିଆ ଟୁଡେର ଖବର ଅନୁଯାୟୀ, ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ସ୍କୁଲ ଅଗଷ୍ଟ ମାସ ପରେ ଖୋଲିପାରେ। ଏହି ମାମଲାରେ ଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭ୍ରମାତ୍ମକ ସ୍ଥିତି ଲାଗି ରହିଛି। କିନ୍ତୁ ନିଶଙ୍କ କହିଛନ୍ତି ସ୍କୁଲ ଓ କଲେଜକୁ ଅଗଷ୍ଟ ପରେ ପୁଣି ଥରେ ଖୋଲି ଦିଆଯିବ। ହୋଇପାରେ ଅଗଷ୍ଟ ୧୫ ପରେ ସ୍କୁଲ-କଲେଜ୍ ଖୋଲା ଯାଇପାରେ।

ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି, ଆମେ ଉଦ୍ୟମ କରୁଛୁ ଯେ, ଅଗଷ୍ଟ ୧୫ ସୁଦ୍ଧା ସବୁ ପରୀକ୍ଷାର ସବୁ ରେଜଲ୍ଟ ଘୋଷଣା ହୋଇଯାଉ। ତେଣୁ ଆମେ ଆଶା  କରୁଛୁ ଅଗଷ୍ଟ ମାସରେ ସ୍କୁଲ-କଲେଜ ଖୋଲିଯିବ।

   Related Posts