ଚାଷୀ ନେତା ରାକେଶ ଟିକାୟତ ଗିରଫ ଖବର ମିଛ : ଦିଲ୍ଲୀ ପୋଲିସର ସ୍ପଷ୍ଟୀକରଣ, ‘ଏହା ଫେକ୍ ନ୍ୟୁଜ, କାର୍ଯ୍ୟାନୁଷ୍ଠାନ ନିଆଯିବ’

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬/ ୦୬ : ଦିଲ୍ଲୀର ବିଭିନ୍ନ ସୀମାରେ ଦୀର୍ଘଦିନ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ପୁଣି ଥରେ ସକ୍ରିୟ ହୋଇଉଠିଛି । ଚାଷୀ ନେତା ରାକେଶ ଟିକାୟତଙ୍କ ନେତୃତ୍ବରେ ହଜାର ହଜାର ଚାଷୀ କେନ୍ଦ୍ରର ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରତିବାଦ ଜାରି ରଖିଛନ୍ତି । ଶନିବାର ଦେଶର ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାରି ମଧ୍ୟରେ କୃଷକ ନେତା ରାକେଶ ଟିକାୟତଙ୍କ ଗିରଫଦାରୀକୁ ନେଇ ମିଥ୍ୟା ଖବର ପ୍ରଚାରିତ ହେବାରେ ଲାଗିଛି ।

wp:embed {"url":"https://twitter.com/JournalistSuaib/status/1408686927042154497","type":"rich","providerNameSlug":"twitter","responsive":true,"className":""}
https://twitter.com/JournalistSuaib/status/1408686927042154497
/wp:embed

ଏ ନେଇ କୃଷକ ନେତା ରାକେଶ ଟିକାୟତ ନିଜେ ମୁହଁ ଖୋଲିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି, ‘ମୋତେ ଗିରଫ କରାଯାଇଥିବା ଖବର ମିଛ । ମୁଁ ଗାଜିପୁର ସୀମାରେ ହିଁ ଅଛି । ଏଠାରେ ସବୁକିଛି ସ୍ବାଭାବିକ ଅଛି ।’ ରାକେଶ ଟିକାୟତଙ୍କ ଗିରଫ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା । ଚାଷୀ ନେତା ରାକେଶ ଟିକାୟତ ଗିରଫ ହୋଇଥିବା ନେଇ ସାମାଜିକ ଗଣମାଧ୍ୟରେ ଅନେକ ଲୋକ ପ୍ରଚାର କରିଥିଲେ ।

wp:embed {"url":"https://twitter.com/RakeshTikaitBKU/status/1408687132525268993","type":"rich","providerNameSlug":"twitter","responsive":true,"className":""}
https://twitter.com/RakeshTikaitBKU/status/1408687132525268993
/wp:embed

ଟିକାୟତଙ୍କ ଗିରଫକୁ ନେଇ ବୟାନ ଜାରି କରିଛି ଦିଲ୍ଲୀ ପୋଲିସ । ଟ୍ବିଟ୍ କରି ଦିଲ୍ଲୀ ପୋଲିସ କହିଛି ଯେ, କୃଷକ ନେତା ରାକେଶ ଟିକାୟତଙ୍କୁ ଗିରଫ କରାଯିବା ଖବର ମିଛ । କେହି ଜଣେ ଫେକ୍ ନ୍ୟୁଜ ପ୍ରଚାର କରିଛି । ଦିଲ୍ଲୀରେ ମାହୋଲ ଖରାପ କରିବା ପାଇଁ କେହିଜଣେ ଏପରି ଭୁଲ ଖବର ପ୍ରଚାର କରିଛି । ଏଭଳି ଫେକ୍ ନ୍ୟୁଜ ଠାରୁ ଦୂରେଇ ରହିବାକୁ ଲୋକମାନଙ୍କୁ ନିବେଦନ କରିଛି ଦିଲ୍ଲୀ ପୋଲିସ । ଏହା ସହିତ ଯେଉଁମାନେ ବି ଭୁଲ ଖବର ପ୍ରଚାରପ୍ରସାର କରୁଛନ୍ତି ସେମାନଙ୍କ ବିରୁଦ୍ଧ​‌​‌ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

wp:embed {"url":"https://twitter.com/DCPEastDelhi/status/1408685637260087301","type":"rich","providerNameSlug":"twitter","responsive":true,"className":""}
https://twitter.com/DCPEastDelhi/status/1408685637260087301
/wp:embed

ରାକେଶ ଟିକାୟତ ଗିରଫ ହୋଇଥିବା ନେଇ ପ୍ରଥମେ ‘କିଶାନ ଏକତା ମୋର୍ଚ୍ଚା’ ନାମକ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା । ଟ୍ବିଟ୍ କରାଯିବାର ମାତ୍ର ୫ ମିନିଟ୍ ମଧ୍ୟରେ ଏହାକୁ ଡିଲିଟ କରାଯାଇଥିଲା । ଏହାକୁ ନେଇ ସ୍ପଷ୍ଟୀକରଣ ଦେବାକୁ ଯାଇ କିଶାନ ଏକତା ମୋର୍ଚ୍ଚା କହିଛି ଯେ, କୌଣସି ଏକ ନ୍ୟୁଜ ଚ୍ୟାନେଲରେ, ରାକେଶ ଟିକାୟତ ଗିରଫ ହୋଇଥିବା ନେଇ ଖବର ପ୍ରସାରିତ ହୋଇଥିଲା । ଏହାପରେ ଆମେ ଏ ସମ୍ପର୍କିତ ଖବର ଟ୍ବିଟ୍ କରିଥିଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.