ଦୁଇଟି ଅଭାବନୀୟ ଘଟଣା: ଯାଜପୁରରେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆକିବୁଜିଲେ ନାବାଳିକା! ବ୍ରହ୍ମପୁରରେ ରାସ୍ତାରେ ପ୍ରସବ କଲେ ମହିଳା…

Published By : Prameya-News7 Bureau | August 23, 2019 IST

ଭୁବନେଶ୍ବର୨୩|୮: ଡାକ୍ତରଙ୍କ ଭୁଲ୍‌ ଚିକିତ୍ସାରେ ପୁଣି ଜଣେ ଶିଶୁର ଜୀବନ ଯାଇଥିବା ଅଭିଯୋଗ ।  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଥିବା ଅଭାବନୀୟ ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ବ୍ରହ୍ମପୁରରେ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା । ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଝିଅକୁ ହରାଇ ଡାକ୍ତରଖାନା ପିଣ୍ଡାରେ କାନ୍ଦିକାନ୍ଦି ଲୋଟି ପଡୁଛନ୍ତି ବାପା ମା । ଯିଏ ଦେଖୁଛି ତା ଆଖିରୁ ବି ଲୁହ ଝରୁଛି । ଯାଜପୁର ଜିଲ୍ଲା ହସ୍ପିଟାଲରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ହରିପୁରର ନୀଳମଣି ବରାଳଙ୍କ ଝିଅ ପୂଜାରିଣୀଙ୍କୁ ବାତ ମାରିଥିଲା । ନୀଳମଣି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ। ଇଂଜେକ୍ସନ ନେବା ପରେପରେ ହିଁ ପୂଜାରିଣୀ ବେହୋସ ହୋଇଯାଇଥିଲେ । ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ବି କେହି ଆସିନଥିଲେ । ପରେ ଝିଅର ମୃତ୍ୟୁ ହୋଇଥିଲା । ଭୂଲ୍‌ ଇଂଜେକ୍ସନ ପାଇଁ ହିଁ ପୂଜାରିଣୀଙ୍କ ମୃତ୍ୟୁ ହେଲା ବୋଲି ତାଙ୍କ ବାପା ମା ଅଭିଯୋଗ କରିଛନ୍ତି ।

{"id":147971}

ଇଞ୍ଜେକ୍ସନ ଅଧା ଡୋଜ୍‌ ବଦଳରେ ପୂରା ଡୋଜ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।  ଝିଅର ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ରଖି ପରିବାର ଲୋକ ଧାରଣାରେ ବସିଥିଲେ । ପରେ ପୂଜାରିଣୀଙ୍କ ପୋଷ୍ଟମର୍ଟମ କରାନଯାଇ ମୃତଦେହକୁ ଘରକୁ ପଠାଇ ଦିଆଯାଇଛି । ଏପରିକି ପୋଲିସକୁ ବି ଖବର ଦେଇନଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଯାହାକୁ ନେଇ ନାନା ସଂଦେହ ସୃଷ୍ଟି ହୋଇଛି । 

{"id":147972}

ଏ ଦୃଶ୍ୟକୁ ବି ଦେଖନ୍ତୁ । ବ୍ରହ୍ମପୁର କୋର୍ଟପେଟା ଛକ ରାସ୍ତା ଉପରେ ପ୍ରସବ କରିଛନ୍ତି ଜଣେ ମହିଳା । ପାତ୍ରପୁର ସାମନ୍ତିଆପଲ୍ଲୀ ଅଞ୍ଚଳର । ବସରୁ ଓହ୍ଲାଇ ମେଡିକାଲ ଯାଉଥିବା ବେଳେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା । ରାସ୍ତା ଉପରେ ହିଁ ଶୋଇପଡିଥିଲେ ମହିଳା ଜଣଙ୍କ ।କିଛି ମହିଳା ଓ ସେହିବାଟ ଦେଇଯାଉଥିବା ଜଣେ ମହିଳା ଡାକ୍ତର ସ୍ମୃତି ରଂଜନ ପଟ୍ଟନାୟକ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଦେଇଥିଲେ ।ସେହିଠାରେ ହିଁ ଶିଶୁକନ୍ୟା ଜନ୍ମ ଦେଇଥିଲେ ମହିଳା ।

{"id":147973}

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ମହିଳାଙ୍କ ସାଙ୍ଗରେ କେହି ପରିବର ଲୋକ ନଥିବା ବେଳେ କେବଳ ୪ ବର୍ଷର ପୁଅ ଥିଲା ।

{"id":147974}

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ପାଇଁ କାଲି ସ୍ବାସ୍ଥ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ହେଲେ ୨୪ ଘଣ୍ଟା ନପୁରୁଣୁ ଏହି ଦୁଇ ଦୁଇଟି ଘଟଣା ରାଜ୍ୟ ସ୍ବାସ୍ଥ୍ୟବ୍ୟବସ୍ଥାର ଅସୁସ୍ଥତାକୁ ପଦାରେ ପକାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.