Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଶ୍ଵସ୍ତିକର ଖବର, କୋଚ୍ ବିକ୍ରମ ରାଠୋର ଦେଲେ ସଙ୍କେତ- ଖେଳି ପାରନ୍ତି ଯଶପ୍ରୀତ ବୁମରା

14/01/2021 at 4:44 PM

ବ୍ରିସବେନ ୧୪।୦୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ ଆଶ୍ଵସ୍ତିକର ଖବର ଆସିଛି। ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଡାକ୍ତରୀ ଦଳ ସହ  ନିଜର ଫିଟନେସ୍‌ ଉପରେ କାମ କରୁଛନ୍ତି। ତାଙ୍କ ଖେଳିବା ଉପରେ ଚୂଡାନ୍ତ ନିଷ୍ପତ୍ତି ଶୁକ୍ରବାର ସକାଳେ  ନିଆଯିବ।

ରାଠୋର ଭର୍ଚୁଆଲ କନଫରେନ୍ସରେ କହିଛନ୍ତି, ଡାକ୍ତରୀ ଦଳ ବୁମରାଙ୍କ ସହ ମିଶି କାମ କରୁଛନ୍ତି। ଆମେ କାଲି ସକାଳେ ଦେଖିବୁ ଯେ, ବୁମରା ଚତୁର୍ଥ ଟେଷ୍ଟ ପୂର୍ବରୁ ଫିଟ୍ ଅଛନ୍ତି କି ନାହିଁ। ଯଦି ସେ ଖେଳିବା ପାଇଁ ଫିଟ୍ ହେବେ ତେବେ ଖେଳିବେ। ଯଦି ଫିଟ୍ ନଥିବେ ତେବେ ଖେଳିବେ ନାହିଁ।

ରାଠୋର ଗୁରୁବାର କହିଛନ୍ତି ବୁମରାଙ୍କ ଆଘାତ ଉପରେ ନଜର ରଖା ଯାଇଛି। ଡାକ୍ତରୀ ଦଳ ତାଙ୍କ ଉପରେ ବିଶେଷ ନଜର ରଖିଛନ୍ତି। ମୋତେ ଏହା ଉପରେ ଟିପ୍ପଣୀ ଦେବା ଉଚିତ୍ ହେବନି। ଆମେ ତାଙ୍କୁ ଠିକ୍  ହେବା ପାଇଁ ଯେତେ ସମ୍ଭବ ସେତେ ସମୟ ଦେବୁ। ଆପଣଙ୍କୁ ଆସନ୍ତାକାଲି ସକାଳେ ଜଣା ପଡିବ ଯେ, ପଡିଆକୁ କେଉଁ କେଉଁ ୧୧ ଜଣ ଖେଳାଳି ଓହ୍ଲାଉଛନ୍ତି।

ରାଠୋର କହିଛନ୍ତି, ପ୍ରସ୍ତୁତିକୁ ନେଇ ଆପଣ ମଜବୁତ ହୋଇଥାନ୍ତି। ଆମକୁ ଆମର ଖେଳାଳିଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି। ପ୍ରତି ଖେଳାଳିଙ୍କ ଉପରେ ଆମର ଭରସା ରହିଛି। ଦଳ ଏହା କରି ଦେଖାଇଛନ୍ତି ଯେ, ଗୋଟିଏ ଖରାପ ଇନିଂସରେ ସେମାନଙ୍କ କ୍ଷମତା ଉପରେ ସନ୍ଦେହ କରାଯାଇ ପାରିବ ନାହିଁ।

   Related Posts