Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆର୍ଥିକ ଅନଗ୍ରସର ଏବଂ ଓବିସି ବର୍ଗ ପାଇଁ ସମାନ ଆୟ ସୀମା କେମିତି ? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

22/10/2021 at 11:58 AM

ନୂଆଦିଲ୍ଲୀ, ୨୨|୧୦ :  ମେଡିକାଲ ଟେଷ୍ଟ୍ ନିଟ୍‌ର ସର୍ବଭାରତୀୟ ସଂରକ୍ଷଣ ବ୍ୟବସ୍ଥାରେ ଆର୍ଥିକ ଅନଗ୍ରସର ସଂରକ୍ଷଣକୁ ନେଇ ଥିବା ସର୍ତ୍ତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି । ବାର୍ଷିକ ୮ ଲକ୍ଷ ଟଙ୍କା ଆୟକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିବା ସହ କେନ୍ଦ୍ରକୁ ଉତ୍ତର ରଖିବାକୁ କହିଛନ୍ତି । ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ବିବି ନାଗରତ୍ନାଙ୍କ ପୀଠ ସରକାରଙ୍କୁ କହିଛନ୍ତି ଯେ, ୮ ଲକ୍ଷ ଆୟ ସୀମା କୌଣସି ଆଧାରରେ ପ୍ରସ୍ତୁତ ହୋଇଛି ନା ସରକାର ଏପରି ଖାମଖିଆଲି ଭାବେ ନିୟମ କରିଛନ୍ତି । ଏହାସହ ଓବିସିକୁ ଆର୍ଥିକ ଅନଗ୍ରସର ବର୍ଗଙ୍କ ସହ କିପରି ରଖାଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

କୋର୍ଟ ଆହୁରି କହିଛନ୍ତି ଯେ, ସରକାରଙ୍କ ପାଖରେ ତଥ୍ୟ ରହିଛି ।  ସରକାର କିପରି ୮ ଲକ୍ଷ ଟଙ୍କା ଆୟ ସୀମା ନିର୍ଦ୍ଧାରଣ କରିଛନ୍ତି ତାହା କୁହନ୍ତୁ । ଓବିସି ବର୍ଗରେ ଯେଉଁମାନଙ୍କ ଆୟ ୮ ଲକ୍ଷରୁ କମ୍ ସେମାନେ ସାମାଜିକ ସ୍ତରରେ ପଛୁଆ ଅଟନ୍ତି । କିନ୍ତୁ ଆର୍ଥିକ ଅନଗ୍ରସର ବର୍ଗରେ ସେମାନଙ୍କୁ କିପରି ରଖାଯାଇପାରିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଆର୍ଥିକ ଅନଗ୍ରସର ଓ ଓବିସି ପାଇଁ ଆଠ ଲକ୍ଷ ଟଙ୍କାର ଆୟ ସୀମା ସମାନ ଅଟେ । କିନ୍ତୁ ଓବିସିରେ ୮ ଲକ୍ଷ ଟଙ୍କାରୁ  ଅଧିକ ଆୟ ହେଲେ ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥା କଟିଯାଏ । ଏହି କ୍ଷେତ୍ରରେ ଉଭୟ ବର୍ଗ ମଧ୍ୟରେ ସଂରକ୍ଷଣ ଜନିତ ଅସମାନତା ଥିବା ପରିଲକ୍ଷିତ ହେଉଛି ।

ସୂଚନାଯୋଗ୍ୟ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୮ ତାରିଖରେ ଅନୁଷ୍ଠିତ ହେବ । ସୁପ୍ରିମକୋର୍ଟ ନିଟ୍‌ର ଅଲ ଇଣ୍ଡିଆ ସଂରକ୍ଷଣ ବ୍ୟବସ୍ଥାରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେବାନେଇ ଜାରି ଅଧିସୂଚନା ବିରୋଧରେ ଦାଖଲ ଆବେଦନର ଶୁଣାଣି କରୁଛନ୍ତି ।

   Related Posts