ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ନ ଛାଡିବାକୁ ନୂଆମନ୍ତ୍ରୀଙ୍କୁ ନିର୍ଦ୍ଦେଶ, ପାଳନ କରିପାରିବେନି ଉତ୍ସବ

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଛନ୍ତି। ଏବେ ମିଳୁଥିବା ସୂଚନାରୁ ବୁଧବାର ଶପଥ ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ରାଜଧାନୀରେ ରହି ନିଜନିଜ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିବା ସହ କାମ ବୁଝାବୁଝି କରନ୍ତୁ ବୋଲି କୁହାଯାଇଛି।

{"id":477472,"width":839,"height":420,"sizeSlug":"large","linkDestination":"none"}

ସେହିପରି ଦେଶରେ ଏବେ କୋଭିଡ ଜନିତ ପରିସ୍ଥିତି ଲାଗି ରହିଥିବାରୁ ମନ୍ତ୍ରୀ ହେବା ଖୁସିରେ ନିର୍ବାଚନମଣ୍ଡଳିକୁ ଯାଇ ଉତ୍ସବ ପାଳନ କରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେମାନଙ୍କୁ ବୁଝାଇ ଦିଆଯାଇଛି। ଶୀର୍ଷ ନେତୃତ୍ୱ ସମସ୍ତ ନୂଆ ମନ୍ତ୍ରୀଙ୍କୁ ନିଜନିଜ ମନ୍ତ୍ରାଳୟଙ୍କ ଆଗାମୀ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ଦେଇଥିବା ବେଳେ ନିଜନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଭଲ ରୂପେ ବୁଝିବାକୁ କହିଛନ୍ତି।

{"id":477474,"width":840,"height":420,"sizeSlug":"large","linkDestination":"none"}

ସବୁ ନୂଆମନ୍ତ୍ରୀଙ୍କୁ ଗୁରୁବାର ବିଜେପି ଜାତୀୟ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।  ନିର୍ଦ୍ଦେଶାନୁସାରେ ନୂଆ ମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀମାନେ ବିଜେପି କାର୍ଯ୍ୟାଳୟକୁ ଯାଇ ନଡ୍ଡାଙ୍କୁ ଭେଟିବେ ବୋଲି ଜଣାପଡିଛି। ଆଗକୁ ସଂସଦର ମୌସୁମୀ ଅଧିବେଶନ। ଏଣୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ନୂଆମନ୍ତ୍ରୀଙ୍କୁ କାର୍ଯ୍ୟରୁ ତ୍ରାହୀ ନାହିଁ ବୋଲି ସ୍ପଷ୍ଟ ବୁଝାପଡୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.