LIC ଗ୍ରାହକଙ୍କ ପାଇଁ ଖବର, ଜୁନ ୩୦ ସୁଦ୍ଧା କରିନିଅନ୍ତୁ ଏସବୁ କାମ, ନଚେତ ଆଗକୁ ଟେନସନ୍

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ, ୨୦|୦୬ :  କରୋନା ସଂକ୍ରମଣକୁ ନଜରରେ ରଖି ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ଗ୍ରାହକଙ୍କୁ ଘରେ ରହି ମାଚ୍ୟୋରିଟୀ କ୍ଲେମ୍ କରିବାକୁ ପରାମର୍ଶ ଦେଇଛି । ଏଥିପାଇଁ ଗ୍ରାହକଙ୍କୁ ବ୍ରାଞ୍ଚ ଯିବାର ଆବଶ୍ୟକତା ନାହିଁ । ଏହାର ଅନ୍ତିମ ତାରିଖ ହେଉଛି ଜୁନ ୩୦ । ଗ୍ରାହକମାନେ ପଲିସି, କେଓ୍ୱାଇସି ଦସ୍ତାବିଜ, ଡିସ୍ଚାର୍ଜ ଫର୍ମ ଓ ଅନ୍ୟ କାଗଜପତ୍ରକୁ ସ୍କାନ୍ କରି ଇମେଲ ଜରିଆରେ ନିକଟସ୍ଥ ବ୍ରାଞ୍ଚକୁ ପଠାଇପାରିବେ ।

ଏଲଆଇସି ଗ୍ରାହକଙ୍କୁ ଏହି ସୁବିଧା ଜୁନ ୩୦ ଯାଏଁ ଦେଇଛି । ଏଲଆଇସିର ଓ୍ୱେବସାଇଟ୍ ଅନୁସାରେ, ଗ୍ରାହକ ଇମେଲ ଜରିଆରେ ମ୍ୟାଚୋରିଟୀ କ୍ଲେମ୍ କରିବା ପାଇଁ ରେକ୍ୱେଷ୍ଟ ପଠାଇବାକୁ ହେବ । ଏଥିପାଇଁ ଗ୍ରାହକଙ୍କୁ [email protected]କୁ ମେଲ୍ ପଠାଇବାକୁ ହେବ । ଏହି ମେଲରେ ଆପଣଙ୍କ ଆଇଡି ସହ ବ୍ରାଞ୍ଚ କୋଡ୍ ମଧ୍ୟ ଲେଖିବାକୁ ହେବ । ଯଦି ଆପଣଙ୍କ ବ୍ରାଞ୍ଚ କୋଡ ୨୪୬ ତେବେ ଆପଣଙ୍କୁ ବ୍ରାଞ୍ଚ୍ ନମ୍ବର ଲେଖି ମେଲ୍ କରିବାକୁ ହେବ ।

ଏହି ସୁବିଧା କେବଳ ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ଯେଉଁମାନଙ୍କର ପଲିସି ମାଚ୍ୟୋର ହୋଇଯାଇଛି ଓ ସମସ୍ତ ପ୍ରିମିୟମକୁ ଠିକସେ ପଇଠ କରିଛନ୍ତି । ତେବେ ଯେଉଁ ଡକ୍ୟୁମେଣ୍ଟ ଆପଣ ସ୍କାନ କରିବେ ତାହାର ସାଇଜ୍ ୫ ଏମବି ମଧ୍ୟରେ ଥିବା ଆବଶ୍ୟକ । ଏହି ଫାଇଲ୍ ଜେପିଜି ବା ପିଡିଏଫ୍ ଫାଇଲରେ ରହିବା ଆବଶ୍ୟକ । ଏହି ମେଲ୍ ଆଇଡର ବ୍ୟବହାର କେବଳ କ୍ଲେମ୍ ରିକ୍ୱେଷ୍ଟ ପଠାଇବା ପାଇଁ ବ୍ୟବହାର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.