ଦିନ ଦ୍ବିପହରେ ଘରେ ପଶି ନ୍ୟୁଜ ଚ୍ୟାନେଲ ଆଙ୍କରଙ୍କ ପତ୍ନୀଙ୍କୁ ହତ୍ୟା…ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | October 15, 2019 IST

କୋତଓ୍ବାଲି୧୫|୧୦:  ଦିନ ଦ୍ବିପହରେ ନ୍ୟୁଜ ଚ୍ୟାନେଲ ଜଣେ ଆଙ୍କରଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ କାହିଁକି ତାଙ୍କୁ ହତ୍ୟା କଲେ ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ  ହୋଇ ନାହିଁ। କଟ୍ରା ବାସିନ୍ଦା ଦିବ୍ୟା ଘରେ ଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି। ଅବସର ପ୍ରାପ୍ତ ଶ୍ବଶୂର ପ୍ରମୋଦ କୁମାର ମିଶ୍ରା ଓ ତାଙ୍କ ମାଆଙ୍କ ସହ ଦିବ୍ୟା ରହୁଥିଲେ।

ସୂଚନାଯୋଗ୍ୟ ଯେ ମୃତ ଦିବ୍ୟାଙ୍କ ସ୍ବାମୀ ଅଜିତେଶ୍‌ ମିଶ୍ରା ନୋଇଡାର ଏକ ଟିଭି ଚ୍ୟାନେଲର ନ୍ୟୁଜ ଆଙ୍କର ଭାବେ କାର୍ଯ୍ୟ କରନ୍ତି। ଶ୍ବଶୂର ପ୍ରମୋଦଙ୍କ କହିବା ଅନୁସାରେ ସେ ସକାଳୁ କିଛି ସମୟ ଲାଗି ମାର୍କେଟକୁ ଯାଇଥିଲେ।  ଦିନ ଦେଢ଼ଟା ସମୟରେ ସେ ଘରକୁ ଫେରି ବୋହୂ ଦିବ୍ୟାଙ୍କୁ ଡାକିଥିଲେ। ବୋହୂ ଦିବ୍ୟା କବାଟ ଖୋଲି ନଥିଲେ। ବାରମ୍ବାର ଡାକିବା ସତ୍ବେ ବୋହୂ ଦିବ୍ୟା କବାଟ ଖୋଲି ନଥିଲେ। ଶେଷରେ ବାଧ୍ୟ ହୋଇ ଶ୍ବଶୂର ପ୍ରମୋଦ କବାଟ ଭାଙ୍ଗି ଦେଇଥିଲେ। ଘରେ ଚାରିଆଡେ ଖୋଜିବା ଥିଲେ। ଦିବ୍ୟାଙ୍କ ରୁମରେ ରକ୍ତ ପଡିଥିବାର ସେ ଦେଖିଥିଲେ। ଚଟାଣରେ ବୋହୂ ଦିବ୍ୟାଙ୍କ ମୃତ ଶରୀର ରକ୍ତ ଜଡ଼ୁବୁଡ଼ୁ ହୋଇ ପଡିଥିବାର ପ୍ରମୋଦ ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଦିବ୍ୟାଙ୍କୁ ମୃତ ବୋଲି ଘୋଷିତ କରିଥିଲେ।

ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା।  ଘଟଣାସ୍ଥଳରୁ ପୋଲିସକୁ କିଛି ପ୍ରମାଣ ମିଳି ନାହିଁ। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଚୋରି କରିବା ଲାଗି ଆସିବା ଦୁର୍ବୃତ୍ତମାନେ ହତ୍ୟା କରି ପାରିଥାନ୍ତି । ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ମଧ୍ୟ ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ଏବେ ପୋଲିସ ହତ୍ୟାକାରୀ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.