ଦିଲ୍ଲୀରେ ବାଲକୋନିରୁ ଡେଇଁ ମହିଳା ନ୍ୟୁଜ୍ ଆଙ୍କର ଆତ୍ମହତ୍ୟା ଘଟଣା: ଗିରଫ ହେଲା ସହଯୋଗୀ ଆଙ୍କର ରାହୁଲ ଅୱସ୍ତୀ

Published By : Prameya-News7 Bureau | December 17, 2018 IST

ନୋଇଡା ୧୭/୧୨ : ନ୍ୟୁଜ ଚାନେଲ ଆଙ୍କର ରାଧିକା କୌଶିକ ମୃତ୍ୟୁ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ | ରାଧିକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସହକର୍ମୀ ରାହୁଲ ଅବସ୍ତିଙ୍କୁ ଗିରଫ କରିଛି ପୋଲିସ | ରାହୁଲ ମଧ୍ୟ ରାଧିକା ଆଙ୍କର ଥିବା ଚାନେଲରେ ଆଙ୍କର ଥିଲା । ଘଟଣା ପରଠୁ ରାହୁଲ ପୋଲିସ ହେପାଜତରେ ଥିଲା | ପୋଲିସ ରାହୁଲକୁ ପଚରାଉଚୁରା କରୁଥିଲା | ରାହୁଲ କହିଥିଲା ଯେ, ସେ ବାଥରୁମରେ ଥିବାବେଳେ ରାଧିକା ଆପାର୍ଟମେଣ୍ଟର ବାଲକନିରୁ ଡେଇଁ ଆତ୍ମହତ୍ୟା କରିଥିଲେ | ଆଜି ପୋଲିସ ରାହୁଲକୁ କୋର୍ଟରେ ହାଜିର କରିବ | ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା । 

{"id":64523}

ସୂଚନାଯୋଗ୍ୟ ଯେ, ୨୫ ବର୍ଷ ବୟସ୍କା ରାଧିକାଙ୍କ ଘର ରାଜସ୍ଥାନ ମାନସରୋବର ଠାରେ | ସେ ନୋଇଡା ସେକ୍ଟର-୧୬ ସ୍ଥିତ ଏକ ଫିଲ୍ମ ସିଟିର ନ୍ୟୁଜ ଚାନେଲରେ ଆଙ୍କର ଭାବେ କାମ କରୁଥିଲେ | ସେକ୍ଟର-୭୭ ସ୍ଥିତ ଅନ୍ତରୀକ୍ଷ ଫରେଷ୍ଟ ସୋସାଇଟିର ଚତୁର୍ଥ ମହଲାରେ ଏକ ଫ୍ଲାଟ ଭଡା ନେଇ ନିଜ ସାଙ୍ଗ ସହିତ ରହୁଥିଲେ | ଗତ ଗୁରୁବାର ଦିନ ଅଫିସରୁ ବାହାରି ରାତି ୧୧ଟା ବେଳେ ସେ ଘରେ ପହଂଚିଥିଲେ | କିଛି ସମୟ ପରେ ରାଧିକାଙ୍କ ସହକର୍ମୀ ରାହୁଲ ଅବସ୍ତି ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲା | ରାତିରେ ଉଭୟ ପାର୍ଟି କରିଥିଲେ | ଭୋର ପ୍ରାୟ ୩ଟା ବେଳେ ରାଧିକାଙ୍କ ମୃତଦେହ ଆପାର୍ଟମେଣ୍ଟ ବିଲଡିଂ ତଳେ ପଡିଥିବା ଖବର ସିକ୍ୟୁରିଟି ଗାର୍ଡ ପୋଲିସକୁ ଦେଇଥିଲା | ପୋଲିସ ସଙ୍ଗେସଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା | ସେତେବେଳେ ରାହୁଲ ଘର ଭିତରେ ଥିଲା | ପୋଲିସ ପଚରାଉଚୁରା କରିବାରୁ ରାହୁଲ କହିଥିଲା ଯେ, ସେ ବାଥରୁମ ଯାଇଥିବାବେଳେ ରାଧିକା ବାଲକନିରୁ ଡେଇଁ ଆତ୍ମହତ୍ୟା କରିଛି | ରାତିରେ ରାଧିକା ବହୁତ ଚିନ୍ତିତ ଥିବା ରାହୁଲ ପୋଲିସକୁ କହିଥିଲା | ପୋଲିସ ରାହୁଲକୁ ହେପାଜତରେ ନେଇ ତଦନ୍ତ ଜାରି ରଖିଥିଲା | ଶୁକ୍ରବାର ସକାଳୁ ପରିବାରଲୋକେ ଆସି ପହଂଚିଥିଲେ | ରାଧିକାଙ୍କ ପରିବାରଲୋକେ ରାହୁଲ ଉପରେ ହତ୍ୟା ଅଭିଯୋଗ କରିଥିଲେ | ଏନେଇ ସେମାନେ ଥାନାରେ ହତ୍ୟା ମାମଲା ରୁଜ୍ଜୁ କରିଥିଲେ |  

{"id":64529}

 

ପୋଲିସ ରାଧିକାଙ୍କ ଘରୁ କିଛି ଖାଲି ମଦ ବୋତଲ ଜବତ କରିଥିଲା | ତେବେ ରାଧିକାଙ୍କ ପରିବାରଲୋକେ ରାଧିକା ମଦ ପିଉଥିବା କଥାକୁ ଅସ୍ବୀକାର କରିଛନ୍ତି | ରାଧିକା କେବେ ମଦ ପିଅନ୍ତି ନାହିଁ ବୋଲି ତାଙ୍କ ବାପା ମା କହିଛନ୍ତି | ରାହୁଲ ଗିରଫ ହୋଇଥିବା ନେଇ ରାଧିକାଙ୍କ ପରିବାର ଆଶ୍ବସ୍ତି ପ୍ରକାଶ କରିଛନ୍ତି | କିନ୍ତୁ ପୋଲିସ ରାହୁଲଙ୍କ ବିରୋଧରେ ହତ୍ୟା ମାମଲା ରଜ୍ଜୁ କରିନାହିଁ । ଫଳରେ ପରିବାର ପକ୍ଷରୁ ଅସୋନ୍ତୋଷ ପ୍ରକାଶ କରିଛନ୍ତି |

{"id":64530}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.