Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାୟା ମେଲାଉଛି କରୋନା, ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
  • ||
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡି ନ୍ୟୁଜ ଚାନେଲ ଆଙ୍କରଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

14/12/2018 at 1:10 PM

ନୋଏଡା ୧୪/୧୨ : ୪ ମହଲା ଆପାର୍ଟମେଣ୍ଟରୁ ପଡି ଏକ ନାମୀ ଟିଭି ଚାନେଲରେ କାର୍ଯ୍ୟରତ ଆଙ୍କରଙ୍କ ମୃତ୍ୟୁ ହୋଇଯାଇଛି | ଘଟଣା ଆଜି ଭୋର ସମୟ ପ୍ରାୟ ୩ଟା ବେଳେ ଘଟିଥିଲା | ଆଙ୍କର ଜଣକ ହେଲେ ରାଧିକା କୌଶିକ | ଘଟଣା ପରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି |

ସୂଚନାଯୋଗ୍ୟ ଯେ, ରାଧିକାଙ୍କ ଘର ରାଜସ୍ଥାନର ଜୟପୁରରେ | ସେ ନୋଏଡା ସ୍ଥିତ ସେକ୍ଟର ୭୭ର ଅନ୍ତରୀକ୍ଷ ଆପାର୍ଟମେଣ୍ଟରେ ଏକ ଫ୍ଲାଟ ନେଇ  ରହୁଥିଲେ |ଘଟଣା ଦିନ ତାଙ୍କର ଜଣେ ସହଯୋଗୀ ଆଙ୍କର, ରାହୁଲ ଅବସ୍ଥି ମଧ୍ୟ ତାଙ୍କ ସହ ଥିଲେ | ରାହୁଲଙ୍କ କହିବା ଅନୁଯାୟୀ ଘଟଣା ଘଟିବବେଳେ ସେ ବାଥରୁମରେ ଥିଲେ | ପୋଲିସ ରାହୁଲଙ୍କୁ ଅଟକ ରଖି ପଚରାଉଚୁରା କରୁଛି | 

ରାଧିକା ଗୁରୁବାର ଦିନ ସନ୍ଧ୍ୟାରୁ ମାନସିକ ଭାବେ ଚିନ୍ତିତ ଥିଲେ ବୋଲି ସହଯୋଗୀ ଆଙ୍କର ରାହୁଲ ପୋଲିସକୁ କହିଥିଲେ | ତେବେ ସେ କୌଣସି ଏକ କାରଣରୁ ଚିନ୍ତିତ ଅଛନ୍ତି ବୋଲି ରାହୁଲକୁ କହିଥିଲେ | କିନ୍ତୁ ରାଧିକା ଏଭଳି ଏକ ପଦକ୍ଷେପ ନେବେ ବୋଲି ସେ ଭାବି ନଥିବା କହିଛନ୍ତି | ରାହୁଲ ପୋଲିସକୁ କହିଛନ୍ତି ଯେ, ବ୍ୟସ୍ତ ବିବ୍ରତ ହୋଇ ରାଧିକା ରାତିରେ ଅନେକଥର ଘରଲୋକଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ | ରାଧିକା ଅତ୍ୟଧିକ ଟେନସନରେ ଥିବା ଦେଖି ରାହୁଲ ତାଙ୍କୁ ବୁଝାଇବା ପାଇଁ ନିଜ ଘରକୁ ନଯାଇ ରାଧିକାଙ୍କ ପାଖେ ହିଁ ରହିଯାଇଥିଲେ |

ପୋଲିସ ସୂଚନା ଅନୁଯାୟୀ ଉଭୟ ରାଧିକା ଏବଂ ରାହୁଲ ରାତିରେ ମଦ ମଧ୍ୟ ପିଇଥିଲେ | ନିଶାସକ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା | ଯେତେବେଳେ ରାହୁଲ ବାଥରୁମ ଯାଇଥିଲେ ସେତେବେଳେ ମଉକାର ଫାଇଦା ଉଠାଇ ରାଧିକା ୪ମହାଲା ଆପାର୍ଟମେଣ୍ଟର ବାଲକୋନିରୁ ଡେଇଁ ପଡିଥିଲେ | 

ତେବେ ରାହୁଲଙ୍କ ବୟାନ ଉପରେ ପୋଲିସ ସମ୍ପୂର୍ଣ ରୂପେ ବିଶ୍ୱାସ କରିନାହିଁ | ପୋଲିସ ସୋସାଇଟିର ସିସିଟିଭି ଫୁଟେଜ ଯାଞ୍ଚ କରିବ | ଏହାସହ ପୋଲିସ ରାଧିକାଙ୍କ ପଡୋଶୀଙ୍କୁ ମଧ୍ୟ ପଚରାଉଚୁରା କରୁଛି |

ଅପରପକ୍ଷରେ ରାଧିକାଙ୍କ ଅନ୍ୟ ଜଣେ ସାଥି କର୍ମଚାରୀ କହିଛନ୍ତି ଯେ, ରାଧିକାର ମନୋବଳ ବହୁତ ଦୃଢ | ସେ ଭୁଲରେ ମଧ୍ୟ ଏଭଳି ପଦକ୍ଷେପ ଉଠେଇବା ନାହିଁ | ରାଧିକା ଆତ୍ମହତ୍ୟା କରିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରି କହିଛନ୍ତି ଯେ, ରାଧିକା ବହୁତ ଖୁସମିଜାଜ ଝିଅ ଥିଲେ | ସେ ସମସ୍ତଙ୍କ ସହ ହସଖୁସିରେ ମିଶୁଥିଲେ | ଅଫିସରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ସେ ବହୁତ ଖୁସି ହୋଇ ଭାଗ ନେଉଥିଲେ | ତେବେ ରାଧିକା ନିଜେ ବାଲକନିରୁ ଡେଇଁ ଆତ୍ମହତ୍ୟା କରିନଥିବେ ବୋଲି ସେ ଆଶଙ୍କା କରି ପୋଲିସକୁ କହିଛନ୍ତି |

   Related Posts