ଚମତ୍କାର ଫିଲଡିଂ: ଛକା ଅଟକାଇବାକୁ ଉଡିଲେ ଜୋର୍ଡାନ ସିଲ୍କ୍, ଭିଡିଓ ଭାଇରାଲ

Published By : Prameya-News7 Bureau | December 10, 2020 IST

ସିଡନୀ ୧୦/୧୨ : ଅଷ୍ଟ୍ରେଲିଆର ଜୋର୍ଡାନ ସିଲ୍କ୍ ଜଣେ ଚମତ୍କାର ଫିଲ୍ଡର ଭାବରେ ଜଣାଶୁଣା  । BBL ୨୦୨୦/୨୧ରେ ସେ ଯେଉଁଭଳି ଭାବେ ଫିଲଡିଂ କରି ଦଳ ପାଇଁ ରନ ବଞ୍ଚାଇଛନ୍ତି ତାହା ଅବିଶ୍ୱସନୀୟ । ପଡିଆ ମଧ୍ୟରେ ଚତୁଃଦିଗରେ ତାଙ୍କ କ୍ଷେତ୍ର ରକ୍ଷଣ ଦର୍ଶନୀୟ । ଡିଫେଣ୍ଡିଂ ଚାମ୍ପିଅନ୍ ସିଡନୀ ସିକ୍ସର୍ସ ବିପକ୍ଷରେ ହୋବର୍ଟ ହରିକାନ୍ସ ଖେଳରେ କଲିନ୍ ଇନଗ୍ରାମ ଭାବିଥିଲେ ଯେ ସେ ଷ୍ଟିଭ୍ ଓ’କେଫଙ୍କ ବଲକୁ ଏକ ଛକା ମାରିଛନ୍ତି । କିନ୍ତୁ ଜୋର୍ଡାନ ସିଲ୍କର ତାହାକୁ କରାଇଦେଇନଥିଲେ ।

ବାଉଣ୍ଡରି ଠାରୁ ପଛକୁ ଡେଇଁବା ସିଲ୍କ୍ ବେକଳ ଚମତ୍କାର ଫିଲଡିଂ କରିଥିଲେ ତାହା ନୁହେଁ ଦଳ ପାଇଁ ୪ ରନ ମଧ୍ୟ ବଞ୍ଚାଇଥିଲେ । ତେବେ ଏହି ଫିଲଡିଂର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଳାଗିଛି । ଜୋର୍ଡାନ ସିଲ୍କ୍ ଗୋଟିଏ ହାତରେ ବଲକୁ ଅଟକାଇ ବାଉଣ୍ଡରୀ ଡେଇଁବା ପୂର୍ବରୁ ବଲଟିକୁ ପଡିଆ ମଧ୍ୟକୁ ପକେଇ ଦେଇଥିଲେ ।

wp:embed {"url":"https://twitter.com/7Cricket/status/1336963201280438273?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1336963201280438273%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.sportskeeda.com%2Fcricket%2Fnews-bbl-2020-21-sydney-sixers-jordan-silk-saves-certain-six-superman-effort-boundary-watch","type":"rich","providerNameSlug":"twitter","responsive":true,"className":""}
https://twitter.com/7Cricket/status/1336963201280438273?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1336963201280438273%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.sportskeeda.com%2Fcricket%2Fnews-bbl-2020-21-sydney-sixers-jordan-silk-saves-certain-six-superman-effort-boundary-watch
/wp:embed

ସିଡନୀ ସିକ୍ସର୍ସ ବ୍ୟାଟ୍ସମ୍ୟାନ୍ ଜୋର୍ଡାନ ସିଲ୍କ୍ ବଡ ବଡ ସଟ୍ ଖେଳିବାରେ ମାହିର । କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂ ତାଙ୍କୁ ଅଷ୍ଟ୍ରେଲୀୟ କ୍ରିକେଟର ଜଣେ ଶ୍ରେଷ୍ଠ ଫିଲ୍ଡର ବୋଲି ବିବେଚନା କରନ୍ତି ଏବଂ ସେ  ଅବିଶ୍ବସନୀୟ ଫିଲଡିଂ କରି ତାହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି । ସିଲ୍କ୍ ଖୁବ କମ ସମୟ ମଧ୍ୟରେ ବଲକୁ ହାଓ୍ବାରେ ଧରିବା ସହିତ ହାଓ୍ବାରେ ହିଁ ପଡିଆ ମଧ୍ୟରେ ପକାଇ ଦେଇଥିଲେ । ସେ କେବଳ ଭଲ ଫିଲଡିଂ କରିନଥିଲେ ବରଂ ଉପସ୍ଥିତ ବୁଦ୍ଧି ଯୋଗୁଁ ଦଳ ପାଇଁ ୪ ରନ ମଧ୍ୟ ବଞ୍ଚାଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.