'ଭାଉଜ ଅନ୍ୟଜଣଙ୍କ ସହ ହୋଟେଲ୍ ରୁମରେ...' : ଭାଇକୁ ଫୋନ୍ କଲା ଭଉଣୀ, ତା'ପରେ...

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ, ୧୯।୦୯ : ପ୍ରେମିକ ସହ ଧରା ପଡିଗଲା ସ୍ତ୍ରୀ । ଉଭୟଙ୍କୁ ଦେଖି ଉଡିଗଲା ସ୍ୱାମୀର ହୋସ୍ । ଏପରି ଏକ ଘଟଣା ଘଟିଛି ପଞ୍ଜାବର ଜଳନ୍ଧରରେ ।

ସ୍ୱାମୀଙ୍କ କହିବାନୁସାରେ, ସେ ରବିବାର ସକାଳେ ଅଫିସ ବାହାରିଥିଲେ । ଏହି ସମୟରେ ହଠାତ ତାଙ୍କ ଭଉଣୀଙ୍କ ଫୋନ୍ ଆସିଥିଲା । ଭାଉଜ ଅଟୋରେ ବସି କେଉଁଆଡେ ଯାଉଥିବା ସେ ପୋନ୍ ଯୋଗେ କହିଥିଲେ । ଏହାସହ ସେ ପିଛା ମଧ୍ୟ କରିଥିଲେ ।

ସ୍ୱାମୀଙ୍କ ଭଉଣୀ ପିଛା କରି ଦେଖିବାକୁ ପାଇଥିଲେ ଯେ, ଭାଉଜ ଅନ୍ୟଜଣେ ଯୁବକଙ୍କ ସହ ବସଷ୍ଟାଣ୍ଡ୍ ପାଖ ହୋଟେଲକୁ ଯାଇଛନ୍ତି । ଖବର ପାଇ ମହିଳାଙ୍କ ସ୍ୱାମୀ ତୁରନ୍ତ ସେଠାରେ ପହଁଚିଥିଲେ । ସେ ଓ ଭଉଣୀ ହୋଟଲରେ ଦେଖିଲା ବେଳକୁ ପତ୍ନୀ ଅନ୍ୟଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ରହିଥିଲେ । ଉଭୟଙ୍କୁ ଧରି ସେମାନେ ପୋଲିସରେ ଜିମା ଦେଇଥିଲେ ।

ଅନ୍ୟପଟେ ଧରା ପଡିବା ପରେ ପତ୍ନୀ କହିଛନ୍ତି ଯେ, ସ୍ୱାମୀ ତାଙ୍କର ଧ୍ୟାନ ରଖୁନଥିଲେ । ତେଣୁ ସେ ପଡୋଶୀ ଯୁବକଙ୍କୁ ପ୍ରେମ କରି ବସିଥିଲେ । ପୋଲିସ ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.