ପିଏନବି ସମେତ ବିଭିନ୍ନ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ, ମଞ୍ଜୁରି ପ୍ରଦାନ କଲା କ୍ୟାବିନେଟ୍ କମିଟି

Published By : Prameya-News7 Bureau | October 23, 2021 IST

ନୂଆଦିଲ୍ଲୀ ୨୩/୧୦ : କେନ୍ଦ୍ର ସରକାର ଆଗାମୀ ତିନିବର୍ଷ ପାଇଁ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକରେ ସାତଜଣ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି ସେମାନଙ୍କୁ ନିଯୁକ୍ତି ପାଇଁ ମଞ୍ଜୁରି ପ୍ରଦାନ କରିଛି । ଏହାସହ ସେମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ପରେ ଯଦି ସେମାନେ  ଯୋଗ୍ୟ ହୁଅନ୍ତି ତାହେଲେ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବଢାଇ ଦିଆଯାଇପାରିବ ବୋଲି କମିଟି କହିଛି ।

ଆସନ୍ତୁ ଜାଣିବା ତାଲିକାରେ ଅଛନ୍ତି କେଉଁ ୭ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ରଞ୍ଜିସ କରନାଟକ :  ସେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଚିଫ୍ ଜେନେରାଲ ମ୍ୟାନେଜର ରୂପେ କାମ କରୁଛନ୍ତି ।

ଅଶ୍ୱନି କୁମାର : ଏବେ ଇଣ୍ଡିଆନ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଚିଫ୍ ଜେନେରାଲ ମ୍ୟାନେଜର ରୂପେ କାମ କରୁଛନ୍ତି ।

କଲ୍ୟାଣ କୁମାର : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ନିଯୁକ୍ତି ପାଇଛନ୍ତି । ସେ ଏବେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚିଫ ଜେନେରାଲ ମ୍ୟାନେଜର ରୂପେ କାମ କରୁଛନ୍ତି ।

ଆଶିଷ ପାଣ୍ଡେ : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ନିଯୁକ୍ତି ପାଇଛନ୍ତି।  ସେ ଏବେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚିଫ୍ ଜେନେରାଲ ମ୍ୟାନେଜର ରୂପେ କାମ କରୁଛନ୍ତି ।

ଯାଦବ ରାମଯଶ : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କରେ ନିଯୁକ୍ତି ପାଇଛନ୍ତି। ସେ ଏବେ ଚିଫ ଜେନେରାଲ ମ୍ୟାନେଜର ରୂପେ ବ୍ୟାଙ୍କ ଅଫ ବରୋଦାରେ କାମ କରୁଛନ୍ତି।

ରୟ ଜୟଦୀପ ଦତ୍ତ : ବ୍ୟାଙ୍କ ଅଫ ବରୋଦାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଏବେ ବ୍ୟାଙ୍କ ଅଫ ବରୋଦାରେ ଚିଫ ଜେନେରାଲ ମ୍ୟାନେଜର ରୂପେ କାମ କରୁଛନ୍ତି।

ସୂଚନାଯୋଗ୍ୟ, ସମସ୍ତ ନିଯୁକ୍ତି ପାଇଥିବା ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତିନି ବର୍ଷ ସେବା ଯୋଗାଇବେ। ପରେ ତାଙ୍କର କାର୍ଯ୍ୟ ଦକ୍ଷତାର ସମୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ଦୁଇ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.