Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଭୋଟ୍ ପୂର୍ବରୁ ଭୋଟ୍ : ଭୋଟ୍ ଓଡିଶାର ଫଳାଫଳ ପ୍ରକାଶ, ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ବିଜେପି-ବିଜେଡି ମଧ୍ୟରେ ଟକ୍କର

3/03/2019 at 6:02 PM

ଭୁବନେଶ୍ବର ୩|୩ : ଆସନ୍ତା ନିର୍ବାଚନରେ କ’ଣ ରହିବ ଭୋଟରଙ୍କ ମତିଗତି ?  ଆଶାୟୀ ଦୌଡରେ କିଏ ଆଗରେ, କାହାକୁ ପସନ୍ଦ କରିବେ ଭୋଟର ?  କେଉଁ ଆସନରେ କେଉଁ ଦଳ କହା ସହ କରିବ ଫାଇଟ୍ ?  ନିର୍ବାଚନ ପୂର୍ବରୁ ଭୋଟ୍ ଓଡ଼ିଶା ମାଧ୍ୟମରେ ରାଜ୍ୟର ଭୋଟରଙ୍କ ମୁଡ୍ ଜାଣିବାକୁ ନ୍ୟୁଜ୍ ସେଭେନ୍ କରିଛି ପ୍ରୟାସ । ଶନିବାର ସଂଧ୍ୟା ୫ ଟାରୁ ଗୋଟି ଗୋଟି ଆସନର ଫଳାଫଳ ପ୍ରକାଶ ପାଇଚାଲିଛି । ନିଜ ନିଜ ନିର୍ବାଚନମଣ୍ଡଳିର ଫଳାଫଳ ଜାଣିବାକୁ ସାଧାରଣ ଭୋଟରଙ୍କଠୁ ଆରମ୍ଭ କରି ବଢିଛି ନେତାଙ୍କ ଉତ୍କଣ୍ଠା ।

ଭୋଟ ପୂର୍ବରୁ ଭୋଟ୍ । ନିର୍ବାଚନ ପୂର୍ବରୁ ଫଳଫଳ । ଇତିହାସର ସବୁଠୁ ବଡ ଜନମତ ସର୍ଭେ । ଟିଭି ସାମ୍ନାରେ ନେତା, ଜନତା । କ’ଣ ହେବ କେଉଁ ନିର୍ବାଚନମଣ୍ଡଳିର ସ୍ଥିତି ?  କାହାକୁ ପସନ୍ଦ କରିଛନ୍ତି ଭୋଟର, ଆଶାୟୀ ଦୌଡରେ କିଏ ଆଗରେ-ଜାଣିବାକୁ ବଢିଛି ଉତ୍କଣ୍ଠା । ରବିବାର ଛୁଟି ଦିନ । ଘରେ ମଜାମଜଲିସ ସହ ଟିଭିରେ ମନୋରଂଜନ କାର୍ଯ୍ୟକ୍ରମ ଦେଖିବାର ସମୟ । ଏଥିରେ କିନ୍ତୁ ମନ ଲାଗୁନି । ଏଇଥି ପାଇଁ ଯେ ଭୋଟ୍ ପୂର୍ବରୁ ନିର୍ବାଚନ ମାହୋଲ ସୃଷ୍ଟି କରିଛି ନ୍ୟୁଜ୍ ସେଭେନ୍ । ସକାଳ ୧୦ ରୁ ସଂଧ୍ୟା ୭ ଯାଏ ନ୍ୟୁଜ୍ ସେଭେନରେ ଚାଲିଥିଲା ଭୋଟ୍ ଓଡ଼ିଶା ଫଳ । କିଏ କେଉଁଠି ଆଗରେ, କାହାକୁ କିଏ ଦେବ ଟକ୍କର-ଏ ସବୁ ଜାଣିବାକୁ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ବସିଥିଲେ ଟିଭି ସାମ୍ନାରେ ।  

ଶନିବାର ୬ ଟି ଜିଲ୍ଲାର ୨୩ ଟି ବିଧାନସଭା କ୍ଷେତ୍ରର ଫଳାଫଳ ପ୍ରକାଶ ପାଇଥିଲା । ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ଭଦ୍ରକ, ବରଗଡ଼ ଓ ଦେବଗଡ଼ ଜିଲ୍ଲାର ଚିତ୍ର ଆମେ ଦେଖାଇଥିଲୁ । ୨୩ ଟି ଆସନରୁ ୧୫ ଟିରେ ବିଜେଡି-ବିଜେପି ଓ ୮ ଟିରେ ବିଜେଡି- କଂଗ୍ରେସ ମଧ୍ୟରେ ଟକ୍କର ହେବ ବୋଲି ଭୋଟର ମତ ଦେଇଛନ୍ତି । ଆଜି ଯେଉଁ ସବୁ ଆସନରେ ଫଳ ପ୍ରକାଶ ପାଇଛି ସେଥିରୁ ଅଧିକାଂଶ ସ୍ଥାନରେ ବିଜେପି-ବିଜେଡି ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶ ଫଳାଫଳ ଅନୁଯାୟୀ ବିଜେଡି ପ୍ରଥମ, ବିଜେପି ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ ।

ସୋମବାର ସକାଳ ୧୧ ଟାରୁ ପୁଣି ଜାରି ରହିବ ଭୋଟ ଓଡ଼ିଶା ଫଳ ପ୍ରକାଶ ।

   Related Posts