ସରିଲା ନ୍ୟୁଜ-୭ର ଭୋଟ ଓଡିଶା, ଆସନ୍ତା ୨୬-୨୭ ଏବଂ ୨୮ ତାରିଖରେ ଫଳାଫଳ

Published By : Prameya-News7 Bureau | February 22, 2019 IST

ସାରା ରାଜ୍ୟରେ ନିର୍ବାଚନର ମୁଡ ପରଖିବା ଲାଗି ନ୍ୟୁଜ ସେଭେନର ଚାଲିଥିବା ଭୋଟ ଓଡ଼ିଶା ସର୍ଭେ ଆଜି ଶେଷ ହୋଇଛି। ସମସ୍ତ ୧୪୭ଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ କଣ ରହିଛି ନ୍ୟୁଜ ସେଭେନ ଏହି ସର୍ଭେରେ ସ୍ଥାନ ଦେଇଛି। ତେବେ ଆଜିର ଏହି ସର୍ଭେ ସମୟରେ କିଛି ସ୍ଥାନରେ ଅତ୍ୟଧିକ ଉତ୍ସାହରୁ ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।  ଭୋଟ ଓଡ଼ିଶା ଫଳାଫଳ ଆସନ୍ତା ୨୬-୨୭ ଏବଂ ୨୮ ତାରିଖରେ ପ୍ରକାଶ କରାଯିବ।

୧୪୭ ନିର୍ବାଚନ ମଣ୍ଡଳୀ। ନ୍ୟୁଜ ସେଭେର ୭ ପ୍ରଶ୍ନ। କିନ୍ତୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଏ ଉତ୍ସାହ ନିର୍ବାଚନ କୁ ନେଇ ରହିଛି। ଭୋଟରଙ୍କ ମୁଡ ପରଖିବା ଲାଗି ତିନି ଦିନ ଧରି  ଚାଲିଥିବା ଭୋଟ ଓଡ଼ିଶା ସର୍ଭେ ଆଜି ଶେଷ ହୋଇଛି। ଗତ ୨ଦିନ ପରି ଆଜି ମଧ୍ୟ ଦେଖାଯାଇଥିଲା ପ୍ରବଳ ଉତ୍ସହ। ଏ ହେଉଛି ସାନଖେମୁଣ୍ଡିର ଚିତ୍ର ଏଠାରେ ଲୋକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଯେତିକି ଉତ୍ସାହ ଲୋକେ ଏହି ଶୃଙ୍ଖଳାରେ ଏଥିରେ ସାମିଲ ହୋଇଥିଲେ।

ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି କିନ୍ତୁ ଏହି ସର୍ଭେରେ ଗୋଟିଏ ଚିତ୍ର ଦେଖିବାକୁ ମିଳିଥିଲା ଯେ ଆଗାମୀ ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ସଚେତନତା ରହିଛି। ଲୋକେ ପ୍ରାର୍ଥୀ, ସେମାନଙ୍କ ଯୋଗ୍ୟତା ସେମାନଙ୍କ ପୃଷ୍ଠଭୂମି ସବୁକିଛିକୁ ଲୋକେ ଏବେଠାରୁ ପରଖୁଛନ୍ତି ଆଉ ଠିକଣା ସମୟରେ ସେମାନଙ୍କ ନିଷ୍ପତ୍ତି ଜଣାଇବେ।

ତେବେ ଆଜି ଭୋଟ ଓଡ଼ିଶାର ସର୍ଭେ ସମୟରେ ଲୋକଙ୍କ ଉତ୍ସାହ କିଛି ସ୍ଥାନରେ ଏତେ ବୃଦ୍ଧି ପାଇଥିଲା ଯେ ସ୍ଥିତି ଗଣ୍ଡଗୋଳିଆ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ଗୋଳ ପର୍ଯ୍ୟନ୍ତ କଥା ଯାଇଥିଲା। କେନ୍ଦ୍ରାପଡ଼ାର ରାଜନଗରରେ ଘଟିଥିଲା ଏହି ଘଟଣା।  ରାଜନଗର ବଜାରରେ ନ୍ୟୁଜ ସେଭେନ ଟିମ୍‌ ପହଞ୍ଚିବା ମାତ୍ରେ ସେଠାରେ ଲୋକେ ଘେରିଯାଇଥିଲେ। ତେବେ ତାପରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରଧର ପର୍ଯ୍ୟନ୍ତ କଥା ଯାଇଥିଲା। ଏପରିକି ଜଣେ ବ୍ୟକ୍ତି ଭୋଟ ଓଡ଼ିଶା ବାକ୍ସ ଧରି ଦୌଡ଼ିଥିଲା। ସମାନ ପରିସ୍ଥିତ ଭଞ୍ଜନଗରରେ ମଧ୍ୟ ଦେଖାଦେଇଥିଲା। ତେବେ ବୁଝା ଶୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

 ତିନିଦିନ ଧରି ଚାଲିଥିବା ଭୋଟ ଓଡ଼ିଶା ସର୍ଭେ ଆଜି ଶେଷ ହୋଇଛି ।  ନ୍ୟୁଜ ସେଭେନର ଏହି ସର୍ଭେର ଫଳାଫଳ ପ୍ରକାଶ ପାଇବ ଆସନ୍ତା ୨୬-୨୭ ଏବଂ ୨୮ ତାରିଖରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.