ହୋଟେଲ ଭିତରେ ରଙ୍ଗଶାଳା, ରୂପଜୀବୀଙ୍କ ମିନିଟ୍ ଆଉ ଘଣ୍ଟାର ଡିଲ୍

Published By : Prameya-News7 Bureau | December 13, 2019 IST

ବାଲେଶ୍ବର ୧୩।୧୨: ହୋଟେଲ ଭିତରେ ରୂପଜୀବୀଙ୍କ ଆଡ୍ଡା । ପର୍ଯ୍ୟଟନସ୍ଥଳୀରେ ଖୋଲାଖୋଲି ଚାଲିଛି ଦେହ ବେପାର । ଇଏ ପର୍ଯ୍ୟଟନ ସ୍ଥଳୀର କଳା କାହାଣୀ । ସମୁଦ୍ରକୂଳିଆ ହୋଟେଲରେ ରୂପର ପସରା, ବେଧଡକ ଦେହ କାରବାର । ହୋଟେଲର ପ୍ରତି ରୁମରେ ଅଛନ୍ତି ରୂପଜୀବୀ । ଆଉ ଗ୍ରାହକ ବି ପହଞ୍ଚୁଛନ୍ତି । ପୋଲିସକୁ ଖାତିର ଅଛି ନା ଚଢାଉ ଡର ।

{"id":197058,"sizeSlug":"large"}

ଆଜି ନ୍ୟୁଜ୍ ସେଭେନ୍ କ୍ୟାମେରା ଖୋଲିଛି ଏହି କଳା ବେପାରର ସତ । ଅପରେସନ୍ ୧୫-୬୦-୩୬୦ ମାଧ୍ୟମରେ ଆମ ନ୍ୟୁଜ୍ ଟିମ୍ ଏଭଳି ସାଂଘାତିକ କାରବାରର ପର୍ଦ୍ଦାଫାଶ କରିବାକୁ ସାହସ ଜୁଟାଇଛି ।

{"id":197059,"sizeSlug":"large"}

ଅପରେସନ୍ ୧୫-୬୦-୩୬୦ । ଏହା କହିବା ପଛରେ ରହିଛି କାରଣ । ଦେହ ବେପାରର ଏହି କୋଡ୍ ୱାଡ୍ ରହସ୍ୟ ଆମେ ଖୋଲିବୁ । ସମୁଦ୍ରକୂଳର ଏହି ହୋଟେଲରେ କେମିତି ଖୁଲମଖୁଲା ଦେହ ବେପାର ଚାଲିଛି ତାହା ଆପଣ ଦେଖିଲେ ବି ସହଜରେ ବିଶ୍ବାସ କରି ପାରିବେନି । ଆପଣ ଦେଖୁଥିବା ଏହି ହୋଟେଲ ସବୁ ସମୁଦ୍ର କୂଳରେ ଠିଆ ହୋଇଛନ୍ତି । ବାହାରୁ ଦେଖିଲେ ଅନୁମାନ ଲଗାଇବା ମୁସ୍କିଲ ଯେ ଏଠି ଚାଲିଥିବ ଦେହ ବେପାର । ଏସବୁ ହୋଟେଲ କେଉଁ ସମୁଦ୍ର କୂଳର ତାହା ଆମେ କହିବୁ । ସେଠି ଚାଲିଥିବା କାରନାମାର ଟିକିନିଖି କଚ୍ଚା ଚିଠା ଖୋଲିବୁ ।

{"id":197060,"sizeSlug":"large"}

ପର୍ଯ୍ୟଟନସ୍ଥଳୀରେ ଏପରି ବେଆଇନ କାରବାର ଚାଲିଥିବା ଖବର ପାଇବା ପରେ ନ୍ୟୁଜ୍ ୭ ଆରମ୍ଭ କରିଥିଲା ଅପରେସନ । ହୋଟେଲରେ କେମିତି ବେଧଡକ ଚାଲିଛି ଦେହ ବେପାର ତାହାର ସତ ଜାଣନ୍ତୁ। ହୋଟେଲ ରୁମ୍ ଭିତରେ ବିନା ଦ୍ବିଧାରେ କିଭଳି ରୂପଜୀବୀମାନେ କାରବାର କରୁଛନ୍ତି । ଏମାନଙ୍କ ପଛରେ କିଏ ଅଛି । କେମିତି ଗ୍ରାହକଙ୍କ ଲାଗି ପସରା ସଜାଯାଇଛି । ନ୍ୟୁଜ୍ ୭ କ୍ୟାମେରା ଖୋଲିଛି ଏହା ଉପରୁ ପରଦା । ହୋଟେଲ ରୁମ୍ ଭିତରେ କେମିତି ସେଟିଂ କରାଯାଇଛି । କେମିତି ହୋଟେଲ କର୍ମଚାରୀ ଏବଂ ମ୍ୟାନେଜର ଲାଗିପଡନ୍ତି ଗ୍ରାହକଙ୍କୁ ସେବା ଯୋଗାଇବାରେ । ଗ୍ରାହକଙ୍କ ସହ ମୁଲଚାଲ କରନ୍ତି, ତାର ସତ ଖୋଲିବ ନ୍ୟୁଜ୍ ୭ କ୍ୟାମେରା । ନ୍ୟୁଜ୍ ୭ ଇନଭେଷ୍ଟିଗେସନ୍ ରେ ଖୋଲିଛି ଏମିତି ଏକ ସତ ଯାହା ବିଶ୍ବାସ କରିବା ମୁସ୍କିଲ । ବାହାରକୁ ଦେଖିବାକୁ ସମୁଦ୍ର ବେଳାଭୂମିରେ ଚକାଚକ ହୋଟେଲ । ଲାଗୁଥିବା ଏଠିକୁ ପର୍ଯ୍ୟଟକ ଆସୁଥିବେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଏସବୁ ହୋଟେଲ ଭିତରେ ଚାଲିଛି ଅଲଗା କାରବାର । ହୋଟେଲ ଭିତରକୁ ଗଲେ ଏକଥା ବୁଝିବାକୁ ଡେରି ଲାଗିବନି ।

{"id":197061,"sizeSlug":"large"}

କ୍ୟାମେରାରେ ଧରାପଡିଛି କଳା କାହାଣୀର କଚ୍ଚା ଚିଠା । ଓଡିଶାର ଏକ ପ୍ରସିଦ୍ଧ ସମୁଦ୍ର ବେଳାଭୂମିରେ କିଭଳି ଚାଲିଛି କଳା କାରନାମା । ଯେଉଁଠି ପର୍ଯ୍ୟଟକଙ୍କ ଖାସ୍ ଭିଡ ମଧ୍ୟ ଲାଗିଥାଏ । ପରିବାର ସହ ଲୋକେ ଯାଆନ୍ତି ଏହି ବେଳାଭୂମି ବୁଲିବାକୁ । ହେଲେ ଏଠି ଚାଲିଛି ଏମିତି କାରବାର ଯାହା ଦେଖିବା ପରେ ଆପଣଙ୍କ ହୋସ ଉଡିଯିବ ।

{"id":197062,"sizeSlug":"large"}

ବାଲେଶ୍ବର ଜିଲ୍ଲା ତାଳସାରୀ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପରିଚିତ । ହେଲେ ଏହି ବେଳାଭୂମିରେ ଲାଗିଛି ଦାଗ । ଆଉ ଏହି ଦାଗ ଲଗାଇଛନ୍ତି କିଛି ମୁନାଫାଖୋର ହୋଟେଲ ମାଲିକ । ତାଳସାରିରେ ଥିବା ହୋଟେଲ ରୂପଜୀବୀଙ୍କ ଆଡ୍ଡା ପାଲଟିଛି । ହୋଟେଲର ପ୍ରତି ରୁମ୍ ରୂପଜୀବୀଙ୍କ ନାଁରେ ବୁକ୍ ହୋଇଛି । ଭିନ୍ନ ଭିନ୍ନ ରୁମରେ ରୂପଜୀବୀମାନେ ଅଛନ୍ତି ପରମାନେଣ୍ଟଲି । ଏଇଠି ରହୁଛନ୍ତି ରାତି ଦିନ । ସଜେଇ ହୋଇ ବସିଛନ୍ତି ରୂପଜୀବୀ । ଏହି ରୁମ୍ ସେମାନଙ୍କ ଠିକଣା ପାଲଟିଛି । ଏଇଠି ସେମାନେ ସଜ ହୋଇ ବସିଛନ୍ତି । ଏମାନଙ୍କ କଥା ବୁଝୁଛନ୍ତି ହୋଟେଲ କର୍ମଚାରୀ ହୋଟେଲ କର୍ମଚାରୀ ଜଗିଛନ୍ତି ଗ୍ରାହକଙ୍କୁ । ହୋଟେଲରେ ପହଞ୍ଚିବା ମାତ୍ରେ ଗ୍ରାହକଙ୍କୁ ନେଇ ସେମାନଙ୍କୁ ଦେଖାଇ ଦେଉଛନ୍ତି ହୋଟେଲ କର୍ମଚାରୀ ଏବଂ ମ୍ୟାନେଜର । ଡିଲ୍ ବି କରୁଛନ୍ତି ।

{"id":197063,"sizeSlug":"large"}

ଏକାଧିକ ହୋଟେଲରେ ସେହି ଏକା ବ୍ୟବସ୍ଥା । ନ୍ୟୁଜ୍ ୭ କ୍ୟାମେରାରେ ଧରାପଡିଛି ପୁରା ବ୍ୟବସ୍ଥା । ଗ୍ରାହକଙ୍କ ଚଏସ୍ ହେବା ପର୍ଯ୍ୟନ୍ତ ଜଣଙ୍କ ପରେ ଜଣେ ରୂପଜୀବୀଙ୍କୁ ଦେଖାଇଥାନ୍ତି ହୋଟେଲ କର୍ମଚାରୀ ଏବଂ ମ୍ୟାନେଜର । ରୁମ୍ ପରେ ରୁମ୍ ଖୋଲି ଦେଉଛନ୍ତି ନିଜେ ହୋଟେଲ କର୍ମଚାରୀ । ଏଠି ଥିବା ଯୁବତୀମାନେ ପ୍ରାୟତଃ ବଙ୍ଗାଳି । ବିଭିନ୍ନ ବୟସର ବିବାହିତ ଏବଂ ଅବିବାହିତ ଯୁବତୀଙ୍କୁ ଏହି ବେଆଇନ କାମରେ ଲଗାଯାଇଛି । ଏହି ବେଆଇନ କାମ ପାଇଁ ଡିଲ୍ ହୁଏ ମିନିଟରେ । ମିନିଟକୁ କେତେ ଟଙ୍କା, ଘଣ୍ଟାକୁ କେତେ ଟଙ୍କା, ରାତିକୁ କେତେ ଟଙ୍କା ଏସବୁ ଡିଲ୍ କଏଦ ହୋଇଛି କ୍ୟାମେରାରେ ।

{"id":197064,"sizeSlug":"large"}

ଆମ ନ୍ୟୁଜ୍ ଟିମ୍ ହୋଟେଲ କର୍ମଚାରୀଙ୍କଠାରୁ ଆରମ୍ଭ କରି, ମ୍ୟାନେଜରଙ୍କ ପର୍ଯ୍ୟନ୍ତ ଏପରିକି ସିଧାସଳଖ ରୂପଜୀବୀଙ୍କ ସହ କଥା ହୋଇଥିଲେ । ସେମାନେ କହିଥିଲେ କେମିତି ଚାଲିଥିଲା କାରବାର। ତାଳସରୀ ପର୍ଯ୍ୟଟନ ସ୍ଥଳୀରେ ଧାଡିକି ଧାଡି ହୋଟେଲ । ବଡ ବଡ ହୋଟେଲ ବି ରହିଛି । ଏଠି ଚାଲିଥିବା କାରବାର ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପକ୍କା ଖବର ପାଇବା ପରେ ଆମ ପ୍ରତିନିଧି ଆରମ୍ଭ କରିଥିଲେ ଅପରେସନ ।

{"id":197065,"sizeSlug":"large"}

ନ୍ୟୁଜ୍ ୭ର ଛାନଭିନ୍ ରେ ତାଳସାରୀ ହୋଟେଲର କେଳେଙ୍କାରୀ ଖୋଲିଛି । ନ୍ୟୁଜ୍ ୭ କ୍ୟାମେରାରେ କଏଦ ହୋଇଛି ବହୁ ବିବାଦୀୟ ଦୃଶ୍ୟ ରହିଛି । ହୋଟେଲ ରୁମ୍ ରେ ଭର୍ତ୍ତି ରୂପଜୀବୀ । ଦେହବେପାର କରୁଥିବା ଏହି ମହିଳାମାନେ କେଉଁଠାର, କେଉଁ ପରିସ୍ଥିତିରେ ଏମାନେ ଏଠିକି ଆସିଛନ୍ତି ଏସବୁ ଦେହଜୀବୀମାନେ କହିଥିଲେ । ଏମିତି କେତେ ଜଣ ଯୁବତୀଙ୍କୁ ନେଇ ଏହି କାରବାର ଚଳାଇଥିଲେ ହୋଟେଲ ମାଲିକ । ତାଳସାରୀ ସମୁଦ୍ର ବେଳାଭୂମିରେ ଚାଲିଥିବା ବେଆଇନ କାରବାର ସଂପର୍କରେ ସ୍ଥାନୀୟ ଲୋକ ସବୁ ଜାଣିଛନ୍ତି । ତେଣୁ ପୋଲିସ ଯେ ଜାଣି ନଥିବ ତାହା ଭାବିବା ବେଳକୁ ଅଡୁଆ ଲାଗୁଛି ।

{"id":197066,"sizeSlug":"large"}

ହୋଟେଲ ରୁମରେ ରୂପଜୀବୀ ଆଡ୍ଡା ଜମାଇଛନ୍ତି । ସେମାନଙ୍କୁ ଜଣଙ୍କ ପରେ ଜଣେ ଦେଖାଇଚାଲିଛନ୍ତି ହୋଟେଲ ମ୍ୟାନେଜର । ଗ୍ରାହକ ପସନ୍ଦ ହେବା ଯାଏଁ ହୋଟେଲ ମ୍ୟାନେଜର ଲାଗିଛନ୍ତି । ଭିନ୍ନ ଭିନ୍ନ ରୁମରେ ଅଛନ୍ତି ରୂପଜୀବୀ । କବାଟ ଖୋଲିବା ମାତ୍ରେ ଭିତରେ ଦେଖିବାକୁ ମିଳିଛି ରୂପଜୀବୀଙ୍କୁ ।

{"id":197067,"sizeSlug":"large"}

ନ୍ୟୁଜ୍ ୭ ଅପରେସନରେ ତାଳସାରୀ ହୋଟେଲର କଳା କାହାଣୀ ଧରା ପଡିଛି । ହୋଟେଲ ମ୍ୟାନେଜର ସାଜିଛନ୍ତି କାର୍ପଟଦାର । ଗ୍ରାହକଙ୍କ ସହ ଡିଲ୍ ବି କରୁଛନ୍ତି ପୁଣି ସେମାନଙ୍କୁ ନିଜେ ନେଇ ରୁମ ପରେ ରୁମ୍ ଦେଖାଉଛନ୍ତି । ପୋଲିସ ରେଡ୍ ନେଇ ଟିକେ ଭୟ ବି ନାହିଁ । ବରଂ ପୋଲିସ ସହ ସେଟିଂ ଥିବା କଥା ବେଶ୍ ଆରାମରେ କହୁଛନ୍ତି । ୧୫ମିନିଟକୁ କେତେ ଟଙ୍କା, ଘଣ୍ଟାକୁ କେତେ ଟଙ୍କା ଏସବୁ ଖୁବ୍ ସହଜରେ ବତାଉଛନ୍ତି ନିଜେ ହୋଟେଲ ମ୍ୟାନେଜର । ପୁଣି ହୋଟେଲରେ କୁଆଡେ ଗୋଟିଏ ଦୁଇଟି ନୁହେଁ ପୁରା ୨୨ଟି ରୁମରେ ଚାଲିଛି ଏହି କାରବାର । ସବୁଠୁ ଆଶ୍ଚର୍ଯ୍ୟ ପୋଲିସକୁ ଏସବୁ ମାଲୁମ ନାହିଁ । ଅପରେସନ ୧୫-୬୦-୩୦ର ସତ । ମାନେ ୧୫ମିନଟରେ କେତେ, ୬୦ମିନିଟ ବା ଘଣ୍ଟାକ ପାଇଁ କେତେ ଆଉ ପୂରା ରାତି ପାଇଁ କେତେ ଟଙ୍କା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.