ନ୍ୟୁଜ୍ ସେଭେନ୍‌ ଷ୍ଟିଙ୍ଗ୍ ଅପରେସନ / ୩ଶହ ଟଙ୍କାର ମ୍ୟାଜିକ୍ ପେନ୍‌ରେ କେମିତି ହେଉଛି କୋଟି କୋଟି ଟଙ୍କାର କେଳେଙ୍କାରୀ ଦେଖନ୍ତୁ…

Published By : Prameya-News7 Bureau | November 30, 2019 IST

ଭୁବନେଶ୍ବର ୩୦।୧୧: ବର୍ଷା ଦିନ ସରିଗଲା ପରେ ଏବେ ନଦୀ ଶୁଖିଗଲାଣି । ଆଉ ଏପଟେ ନଦୀପଠାରେ ଆରମ୍ଭ ହୋଇଗଲାଣି ବାଲି ଖନନ । ଏଥିରେ ଆଇନ ଯେତିକି ବେଆଇନ ତାଠାରୁ ଢେର ଅଧିକ । ନ୍ୟୁଜ୍ ସେଭେନ୍ ଷ୍ଟିଙ୍ଗ୍ ଅପରେସନ ଧରାପଡିଛି ଚୋରାଚାଲାଣର କଳା କାରନାମା । କେମିତି କଲମ ଗାରରେ କୋଟି କୋଟି ଟଙ୍କାର ଖେଳ ହୋଇଯାଉଛି । କେମିତି ୩ଶହ ଟଙ୍କିଆ କଲମରେ ଚୋରି ହୋଇଯାଉଛି କୋଟି କୋଟି ଟଙ୍କାର ବାଲି । କେମିତି ସରକାରୀ ନିୟମ କାନୁନକୁ ଫୁ କରି ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ବିପ୍ରହରରେ ନଦୀପଠାରୁ ବାଲି ଉଠୁଛି । ଲକ୍ଷ ଲକ୍ଷ ଟଙ୍କାର ହେରଫେର ଚାଲିଛି, ଆଉ ପୋଲିସ ଏବଂ ପ୍ରଶାସନର ନାକ ତଳେ ହିଁ ଏସବୁ ଚାଲିଛି ।

{"id":192016,"sizeSlug":"large"}

ଗଞ୍ଜାମ ଜିଲ୍ଲାର ବିଭିନ୍ନ ତହସିଲରେ ଚାଲିଛି ଖୁଲମଖୁଲା ବେଆଇନ ବାଲି ଚାଲାଣ । ଋଷିକୁଲ୍ୟା,  ବାହୁଦା,  ବଡନଦୀ,  ଘୋଡାହାଡ ଭଳି ପ୍ରମୁଖ ନଦୀପଠାରୁ ରାତି ଦିନ ବେଧଡକ ବାଲି ଉଠୁଛି । ପୁରୁଷୋତ୍ତମପୁର, ଆସିକା,  ପାଟପୁର ଅଞ୍ଚଳର ବିଭିନ୍ନ ନଦୀ ପଠାରୁ ବାଲି କୋରି ନେଉଛନ୍ତି ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି । ଆନ୍ଧ୍ରପ୍ରଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ବାଲି ଯାଉଛି । ଆଇନକୁ ଉଲଂଘନ କରିବାକୁ ନୂଆ ବାଟ ବାହାର କରିଛନ୍ତି ବାଲି ମାଫିଆ। ମେସିନ ଲଗାଇ ଧାର୍ଯ୍ୟ ସୀମାଠାରୁ ବହୁ ଅଧିକ ପରିମାଣର ବାଲି ଉଠାଯାଉଛି । କେତେ ପରିମାଣର ବାଲି ନିଆଯିବ ଓ କେତେ ଟ୍ରିପ୍  ଚାଲାଣ  କରାଯିବ ଏସବୁ ଫର୍ମରେ ରହିବା କଥା । ହେଲେ ଏଇଠି ହି ରହିଛି କେଁ । ସବୁ ଖେଳ ହୋଇ ଯାଉଛି ସେହି Y ଫର୍ମରେ । ଗୋଟିଏ ଗାଡିକୁ ଗୋଟିଏ ଫର୍ମ ଇସ୍ୟୁ ହେବା କଥା ହେଲେ, ଗୋଟିଏ ଫର୍ମରେ ୩୦ରୁ ୫୦ଗାଡି ପର୍ଯ୍ୟନ୍ତ ବୁହା ହେଉଛି । ହେଲେ ଧରା ପଡୁନି ।

{"id":192017,"sizeSlug":"large"}

ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ସବୁ ନିୟମ କାନୁନକୁ ଫୁ କରି ଦିଆଯାଇଛି । ନିୟମ ନଥିଲେ ବି ଜେସିବି ଲଗାଇ ବାଲି ଖୋଳା ଚାଲିଛି । ବ୍ରିଜଠାରୁ ମାତ୍ର ୫୦ମିଟର ଦୂରରୁ ରାତି ଦିନ ବାଲି ତାଡି ନିଆଯାଉଛି, ଯାହା ବ୍ରିଜ ପ୍ରତି ବିପଦ ସୃଷ୍ଟି କରୁଛି । ଯେତିକି ଅଞ୍ଚଳ ଲିଜ୍ ରେ ଦିଆ ଯାଇଛି । ତାଠାରୁ ବେଶ ଅଧିକ ଅଞ୍ଚଳରୁ ବାଲି ଉଠାଣ ଚାଲିଛି । NGT କଟକଣା ପରେ ଆନ୍ଧ୍ରରେ ବାଲି ଖନନ ଏବଂ ପରିବହନ ବନ୍ଦ ରହିଛି । ଏହାକୁ ଆଖିରେ ରଖି ଓଡିଶା ସୀମାର ନଦୀପଟାରେ ବାଲି ମାଫିଆ ମାତିଛନ୍ତି । କାରଣ ଆନ୍ଧ୍ରରେ ବାଲି ଟ୍ରିପ ଚଢା ଦରରେ ବିକ୍ରି ହେଉଛି ।  କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି ଲିଜଧାରୀ । ବାଲି ମାଫିଆଙ୍କ କାରନାମାକୁ ଦେଖି ମଧ୍ୟ ସ୍ଥାନୀୟ ପ୍ରଶାସନ ଯେମିତି ଆଖି ବୁଜି ଦେଇଛି ।

{"id":192018,"sizeSlug":"large"}

ନ୍ୟୁଜ ୭ କ୍ୟାମେରାରେ ଧରାପଡିଛି ଗୁମର । କେମିତି Y ଫର୍ମର ଲେଖାକୁ ସହଜରେ କେମିତି ବଦଳାଇ ଦିଆଯାଉଛି ତାହା ଧରା ପଡିଛି । ଓଡିଶା ସରକାରଙ୍କ ଷ୍ଟିଲ ଓ ମାଇନସ ବିଭାଗ ଜାରି କରିଛି Y ଫର୍ମ । ବାଲି ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କୁ ଏସବୁ Y ଫର୍ମ ବହି ଦିଆଯାଇଥାଏ, ଯେଉଁଥିରେ ଦସ୍ତଖତ କରିଥାନ୍ତି ତହସିଲଦାର । ଏସବୁ ଫର୍ମକୁ ଗାଡିବାଲାଙ୍କୁ ଦିଆଯାଏ । | ଯେଉଁଥିରେ ଡ୍ରାଇଭରଙ୍କ ନାଁ, ଦସ୍ତଖତ, ଗାଡି ନମ୍ବର, ବାଲି ପରିମାଣ ସବୁ କିଛି ଉଲ୍ଲେଖ ଥାଏ । ଗୋଡିଏ ଗାଡିକୁ ଗୋଟିଏ ଫର୍ମ ଦିଆଯାଇଥାଏ । ଏହାକୁ ତହସିଲଦାର ତନଖି କରନ୍ତି । ଆରଆଇ ବା ସ୍ଥାନୀୟ ରାଜସ୍ବ ଅଧିକାରୀ ମଧ୍ୟ ଏହି ଫର୍ମକୁ ଚେକ୍ କରିଥାନ୍ତି । ତେବେ ଏତେ ସବୁ ଭିତରେ ବି ଖୁବ ଆରାମରେ ଗୋଟିଏ ଫର୍ମରେ ୩୦ଗାଡି ବାଲି ପରିବହନ ହେଉଛି । ଆଉ ଯେମିତି ହେଉଛି ତାହା ଦେଖିଲେ ମୁଣ୍ଡ ଚକ୍କର ଖାଇଯିବ ।

{"id":192019,"sizeSlug":"large"}

ବେଶ ଚତୁରତାର ସହ Y ଫର୍ମରେ ହେରଫେର ହେଉଛି । ଏହି ହେରଫେର ଖାଲି ଆଖିରେ ଧରିବା ମୁସ୍କିଲ । ଏଥିପାଇଁ ବୁଦ୍ଧି ଖଟାଉଛନ୍ତି ବାଲି ଘାଟ ଲିଜ୍ ନେଇଥିବା ବ୍ୟକ୍ତି । ଦେଖନ୍ତୁ ନ୍ୟୁଜ୍ ସେଭେନ୍ ର ଷ୍ଟିଙ୍ଗ୍ ଭିଜୁଆଲ ।

wp:html /wp:html

ଦେଖନ୍ତୁ, କେମିତି Y ଫର୍ମର ଲେଖା ସବୁ ଉଭାନ ହୋଇଯାଉଛି । ଡିଆସିଲ ନିଆଁ ବାଜିବା ମାତ୍ରେ ମ୍ୟାଜିକ ଭଳି ଲେଖା ସବୁ ଉଡି ଯାଉଛି । Y ଫର୍ମ ପୁଣି ନୂଆ ହୋଇ ଯାଉଛି । ପୁରୁଣା ତାରିଖ ଲିଭାଇ ତାଉପରେ ପୁଣି ନୂଆ ତାରିଖ ଲେଖି ଦିଆଯାଉଛି । କେମିତି ସରକାରୀ ଫର୍ମରେ ହେରଫେର ହେଉଛି । ଡିଆଲିସ ନିଆଁ ଧାସରେ କେମିତି ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି କାରବାର କରୁଛନ୍ତି ବାଲି ଲିଜ୍ ଧାରୀ ।

{"id":192023,"sizeSlug":"large"}

କେମିତି ଚାଲିଛି ବାଲି ଚୋରା କାରବାର ତାର ଗୁମର ଫିଟାଇଛନ୍ତି ନିଜେ ଗାଡି ଡ୍ରାଇଭର । ତାଙ୍କ କହିବା କଥା ଗୋଟିଏ ଫର୍ମରେ ୩୦ରୁ ଅଧିକ ଗାଡିରେ ବାଲି ବୁହା ହୁଏ । ୩-୪ଦିନ ପର୍ଯ୍ୟନ୍ତ ତହସିଲଦାର ଦେଖିବା ଯାଏଁ ଏମିତି ଚାଲେ । କେବଳ ସେତିକି ନୁହେଁ ବାଲି ଲିଜଧାରୀ ଗାଡି ଡ୍ରାଇଭରଙ୍କୁ ଗୋଟିଏ ଫର୍ମରେ ୫ଗାଡି ବାଲି ବୋହିବାକୁ ବାଧ୍ୟ କରନ୍ତି । ନହେଲେ ସେମାନଙ୍କୁ ବାଲି ବୋହିବାକୁ ଦିଆଯାଏନି । ପୁଣି ଯଦି ଫର୍ମ ଜାଲିଆତି ଧରା ପଡେ ତେବେ ସେମାନଙ୍କୁ ଦାୟୀ କରାଯାଏ । ନ୍ୟୁଜ ୭ କ୍ୟାମେରାରେ ଏମିତି ଜଣେ ଗାଡି ଡ୍ରାଇଭର ଗୁମର ଫିଟାଇଛନ୍ତି ।

{"id":192029,"sizeSlug":"large"}

ନଦୀରୁ ପାଣି ଯିବା ପରେ ଏବେ ରାଜ୍ୟର ସବୁ ନଦୀପଠାରେ ଟ୍ରକ ଏବଂ ଟ୍ରାକ୍ଟର । ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ବେଧଡ଼କ ଚୋରା ବାଲି କାରବାର । ସହରରେ ଗଢିଉଠୁଥିବା ବହୁତଳ କୋଠା ପାଇଁ ଭୁବନେଶ୍ବର ଆଖପାଖରେ ଥିବା ବିଭିନ୍ନ ନଦୀପଠାରୁ ଉଠାଯାଉଛି ବାଲି । ଦୈନିକ ସହର ଭିତରକୁ ଆସୁଛି ଶହ ଶହ ଟ୍ରକ ଚୋରା ବାଲି  । ଆଇନ କାନୁନ ଆଖିରେ ଆଙ୍ଗୁଠି ଗେଞ୍ଜି, କମିଶନରେଟ୍ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ନାକତଳେ ବିନା କାଗଜପତ୍ରରେ ଚାଲିଛି ବାଲି ଚୋରା କାରବାର । କେହି ଧରିଲେ ଭଣ୍ଡେଇବାକୁ ଅଛି ପୁରୁଣା ରସିଦ୍ । ବାଲିଘାଟ ଟେଣ୍ଡର ନେଉଥିବା ବ୍ୟକ୍ତି ପରିବହନ ନିୟମ କାନୁନକୁ ଫୁ କରିଦେଉଛନ୍ତି । ଦୁଇ ଦିନ ତଳେ ଭୁବନେଶ୍ବର ତହସିଲଦାର ଖଣ୍ଡଗିରି ଛକରେ ୯ଟି ବାଲି ଟ୍ରକ ସିଜ୍ କରି ୫୦ ହଜାର ଟଙ୍କା ଲେଖାଁଏ ଫାଇନ୍ କରିଛନ୍ତି । କିନ୍ତୁ ଏସବୁର ଯେମିତି କିଛି ପ୍ରଭାବ ନାହିଁ । କିଛି ସରକାରୀ ବାବୁ ଓ ବାଲି ମାଫିଆଙ୍କ ଭିତିରି ବୁଝାମଣାରେ ବାଲି ଚୋରା ଚାଲାଣ ଚାଲିଥିବା ଭଳି ସଂଗୀନ ଅଭିଯୋଗ ହେଉଛି । ଏହି ଗୁମର ଖୋଲି ଦେଇଛନ୍ତି ଟ୍ରକ ମାଲିକ ଓ ଡ୍ରାଇଭର ।

{"id":192030,"sizeSlug":"large"}

Y ଫର୍ମରେ ଲେଖା ସବୁ କେମିତି ଉଭାନ ହୋଇ ଯାଉଛି । ଏହା ପଛରେ କି ରହସ୍ୟ ରହିଛି । ଏହାର ଗୁମର ଫିଟାଇଛି ନ୍ୟୁଜ ୭ । ଏହି କିମିଆ ପଛରେ ରହିଛି ୩ଶହ ଟଙ୍କିଆ ମ୍ୟାଜିକ ପେନ୍ ର କମାଲ । ଇଏ ଏମିତି ଏକ ପେନ୍, ଯେଉଁଥିରେ ଲେଖିବା ପରେ ଲେଖା ସବୁ ଖୁବ ସହଜରେ ଲିଭି ଯାଇପାରେ । ଖାଲି ଟିକିଏ ନିଆଁ ଧାସ ବାଜିଲେ କାଗଜ ଉପରୁ ଲେଖା ସବୁ ଉଡିଯାଏ ।

{"id":192031,"sizeSlug":"large"}

Y ଫର୍ମରେ ଲେଖିବା ଲାଗି ଲିଜଧାରୀ ଏହି ମ୍ୟାଜିକ ପେନ୍ ବ୍ୟବହାର କରିଥାନ୍ତି । ଏଥିରେ ଲେଖିଲେ ଜାଲ କରିବା ସହଜ । ଏହାଦ୍ବାରା ଗୋଟିଏ ଫର୍ମରେ ଏକାଧିକ ଗାଡି ବାଲି ପରିବହନ କରିଥାନ୍ତି । ପ୍ରତିଥର ନୂଆ ତାରିଖ ଏବଂ ଗାଡି ଡ୍ରାଇଭରଙ୍କ ନାଁ ବଦଳାଇ ଦିଆଯାଏ । ମ୍ୟାଜିକ ପେନ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରି ଚାଲିଛନ୍ତି ବାଲି ଲିଜଧାରୀ । ପୋଲିସ ଏବଂ ପ୍ରଶାସନକୁ ଏହି କାରନାମାର ଟେର ବି ମିଳୁନି । ସେପଟେ ନଦୀପଠାରୁ ବାଲି କୋରି ନେଉଛନ୍ତି ଲିଜଧାରୀ । ଗୋଟିଏ ପଟେ ବାଲି ମାଫିଆ ନିୟମ ମାନୁନାହାନ୍ତି ଆଉ ଗୋଟିଏ ପଟେ ମ୍ୟାଜିକ ପେନ ମୁନରେ ଲକ୍ଷାଧିକ ଟଙ୍କାର ବାଲି ଛୁ ମନ୍ତର କରି ନେଉଛନ୍ତି ।

{"id":192032,"sizeSlug":"large"}

ଏହି ମ୍ୟାଜିକ ପେନ୍ ଫ୍ରିକ୍ସନ ସିରିଜ୍ ର ପେନ୍ । ଏଥିରେ ରହିଛି ସହଜରେ ଲିଭି ଯାଉଥିବା କାଳି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପେନର ଚାହିଦା ସାରା ବିଶ୍ବରେ ବେଶ ରହିଛି । ସାରା ବିଶ୍ବରେ ଏବେ ସୁଦ୍ଧା ୧୫୦କୋଟିରୁ ଅଧିକ ପେନ୍ ବିକ୍ରି ହେଲାଣି । କହିବାକୁ ଗଲେ ଜାଲିଆତି କରିବା ଲାଗି ବେହିସାବ ପେନ୍ କାମରେ ଲାଗିଥିବ । ୨୦୦୭ରେ ଏହି ପେନ୍ ବଜାରକୁ ଆସିବା ପରଠୁ ଏହାର ଚାହିଦା ବଢିଯାଇଛି । ଏହାକୁ ଛୋଟ ପିଲାଙ୍କଠୁ ଆରମ୍ଭ କରି ବିଜନେସମ୍ୟାନ ବ୍ୟବହାର କରିଥାନ୍ତି । ପାଠ ପଢୁଥିବା ପିଲା ଲେଖା କରେକସନ୍ କରିବା ଲାଗି ଏହାକୁ ବ୍ୟବହାର କରନ୍ତି ତ ଆଉ କିଛି ବିଜନେସମ୍ୟାନ୍ ଡକ୍ୟୁମେଣ୍ଟ ଜାଲିଆତି କରିବାକୁ ଏହାକୁ ବ୍ୟବହାର କରନ୍ତି । ଏହି ପେନ ପଛରେ ରହିଛି ସାଇନସ୍ । ଏଥିରେ ରହିଛି ଥର୍ମୋ ସେନସିଟିଭି କାଳି, ଯାହା ଟିକିଏ ତାତି ପାଇଲେ ଉଡିଯାଏ । ମ୍ୟାଜିକ ପେନର ଏହି ଗୁଣକୁ ଏବେ ବାଲି ମାଫିଆ ଆପଣେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.