ନ୍ୟୁଜ୍ ୭ ପ୍ରଭାବ : ଶେରଗଡ ଟୋଲ୍ ଗେଟ୍ରେ କମିଲା ଟୋଲ୍ ଫି
10/11/2019 at 12:25 PM

ବାଲେଶ୍ବର ୧୦।୧୧: ବାଲେଶ୍ବର ଶେରଗଡ ଟୋଲ୍ ଗେଟରେ କମିଲା ଟୋଲ୍ ଫି । ଗତ କିଛି ମାସ ଧରି ଆଦାୟ ହେଉଥିଲା ଏନଏଚଏଆଇ ନିର୍ଦ୍ଧାରିତ କରିଥିବା ଫିଠାରୁ ବେଶ୍ ଅଧିକ ଟଙ୍କା । ନ୍ୟୁଜ୍ ୭ରେ ଏନେଇ ଖବର ପ୍ରସାରଣ ପରେ ଟୋଲ୍ ଗେଟରେ ଲେଖାଗଲା ନୂଆ ଦର । ଶେରଗଡ଼ ଟୋଲ୍ ଗେଟ୍ କେଳେଙ୍କାରୀ ଧରାପଡ଼ିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଜାତୀୟ ରାଜପଥ ପ୍ରାଧିକରଣ ।

ଏନଏଚଏଆଇର ଚିଠି ନଂ ୯୫୦/୭.୫.୨୦୧୯ରେ ଶେରଗଡ ଟୋଲ୍ ପ୍ଲାଜାକୁ ଏକ ଟୋଲ୍ ରିଭିଜନ ଚିଠି ଆସିଥିଲା । ୬ ଲେନ୍ ବିଶିଷ୍ଟ ରାସ୍ତା କାମ ଚାଲିଥିବା ବେଳେ କାମ ଶେଷ ହେବା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଟୋଲ୍ ଫି’ ର ୭୫ପ୍ରତିଶତ ଟୋଲ୍ ଫି ଆଦାୟ କରାଯିବ ବୋଲି ଚିଠି ଆସିଥିଲା । ହେଲେ ଏହାକୁ ଅଣଦେଖା କରି ଦୁଇଗୁଣା ଫି ଆଦାୟ ଚାଲିଥିଲା ।

ଏବେ ଏନଏଚଏଆଇର ବାଲେଶ୍ବର ପିଡିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି ବାଲେଶ୍ବର ପିଡି କ’ଣ ଘଟଣା ବିଷୟରେ ଆଗରୁ ଜାଣିନଥିଲେ କି ? ଏନଏଚଏଆଇର ବାଲେଶ୍ବର ପିଡିଙ୍କ ହାତରେ ତଦନ୍ତ ନକରାଇ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି ।