ନ୍ୟୁଜ୍ ୭ର ପ୍ରଭାବ : କୁଏତରୁ ଦାଦନ ଶ୍ରମିକଙ୍କ ମରଶରୀର ଫେରାଇ ଆଣିବାକୁ ସହାୟତା ନେଇ ମିଳିଲା ପ୍ରତିଶ୍ରୁତି
21/10/2019 at 4:59 PM

ବ୍ରହ୍ମପୁର ୨୧|୧୦: ଦାଦନ ଦୁଃଖରେ ପେଶି ହେଉଛି ଗଞ୍ଜାମ ଜିଲ୍ଲା । ଦାଦନ ଖଟିବାକୁ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ନିର୍ଯାତନାର ଖବର ବାରମ୍ବାର ସାମ୍ନାକୁ ଆସୁଛି । ଖଲ୍ଲିକୋଟ୍ ବ୍ଲକ୍ ଖଜାପାଲ୍ଲି ଗାଁର ହରଶ ସାମଲ କୁଏତକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ମରଶରୀରକୁ ଗାଁକୁ ଅଣାଯାଇ ପାରୁନାହିଁ ।

ଏ ସଂପର୍କରେ ଖବର ପ୍ରସାରଣ କରିଥିଲା ନ୍ୟୁଜ ୭ । ବିଭିନ୍ନ ମହଲରେ ଏ ନେଇ ଉଦବେଗ ପ୍ରକାଶ ପାଇଛି । ପଦ୍ମଲୋଚନ ବେହେରା ନାମକ ଯୁବକ ଏ ନେଇ ଟ୍ବିଟ୍ କରି ସରକାର, ପ୍ରଶାସନ ଓ ବିଭିନ୍ନ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅନ୍ୟପଟେ ଏ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ସହାୟତାର ପ୍ରତିଶ୍ରୁତି ମିଳିଛି । ହରଶଙ୍କ ମରଶରୀର ଓଡ଼ିଶା ଆସିବା ଦିଗରେ ସହାୟତା କରାଯିବା ବୋଲି ପୂର୍ବତନ ସାଂସଦ ଟ୍ବିଟର ହ୍ୟାଣ୍ଡେଲରେ କହିଛନ୍ତି ।
