ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ବିଦା ହେବାପରେ ସିଧା ବୁଥରେ ପହଂଚିଥିଲେ ନବ ଦମ୍ପତ୍ତି

Published By : Prameya-News7 Bureau | April 29, 2019 IST

କାନପୁର ୨୯/୪ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର ପ୍ରଦେଶ କାନପୁର ସମେତ ଆଖପାଖ ପୁଲିଂ ବୁଥରେ କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା | ଇଟାବାର କେକେ ଇଣ୍ଟର କଲେଜ ବୁଥରେ ଏକ ନବ ଦମ୍ପତ୍ତି ଭୋଟ ଦେବାପାଇଁ ଆସିଥିବା ଦେଖିବାକୁ ମିଳିଛି | ନବ ଦମ୍ପତ୍ତି ବିଦାଇ ପରେ ସିଧା ଆସି ବୁଥରେ ପହଂଚିଥିଲେ | ଗତକାଲି ଏହି ଦମ୍ପତ୍ତିଙ୍କ ବିବାହ ସମାରୋହ ଥିଲା | ଏହିଭଳି ଆହୁରି ଅନେକ ଅଜବ ଅଜବ ଘଟଣା ଦେଖିବାକୁ ମିଳିଛି |

{"id":108622}


ହରଦଇ ଅଂଚଳରେ ଏକ ବୁଥରେ ଜଣେ ୮୮ ବର୍ଷ ବୟସ୍କା ବୃଦ୍ଧା ଭୋଟ ଦେବା ପାଇଁ ଆସିଥିଲେ | ତାଙ୍କ ନାତି ତାଙ୍କୁ କୋଳରେ ଟେକି ଭୋଟ ଦେବା ପାଇଁ ନେଇ ଆସିଥିଲେ | ବୃଦ୍ଧା ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି |

{"id":108624}


ସେହିପରି କାନପୁର ଦେହାତ ଅନ୍ତର୍ଗତ ଭଟଲିର ଆଦର୍ଶ ବୁଥରେ ଜଣେ ଦିବ୍ୟାଙ୍ଗ ଭୋଟ ଦେବା ପାଇଁ ପହଂଚିଥିଲେ |

{"id":108623}

ଫୁଲ ମାଳ ପିନ୍ଧାଇ ତାଙ୍କୁ ସ୍ୱାଗତ କରାଯାଇଥିଲା | ସେହିପରି ହରୀମପୁର ଅଂଚଳରେ କିଛି ନେତ୍ରହୀନ ଭୋଟର ଭୋଟ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି | ମତଦାନ କରି ଏମାନେ ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି | କାନପୁର ଅନ୍ତର୍ଗତ କଲ୍ୟାଣପୁର ବିଧାୟକ ନୀଳିମା କଟିୟାର ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି |

{"id":108625}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.