ଜଗତସିଂହପୁର ୧୨/୮ : ଜଗତସିଂହପୁର ଜିଲ୍ଲା ସଦର ଥାନା କାଜି ପାଟଣା ଗାଁରେ ଅଘଟଣ । ଏହି ଗାଁର ଜଣେ ନବ ବଧୂ ଙ୍କର ନିଆଁରେ ପୋଡ଼ି ହୋଇ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରାଯାଇ ଥିବାର ବାପ ଘର ପକ୍ଷରୁ ଅଭିଯୋଗ ହୋଇଛି । ନିକଟସ୍ଥ ଅତାମଳା ଗାଁର ବଂଶୀଧର ସାହୁଙ୍କ ଝିଅ ସୋନିତା ଗତ ଚାରି ବର୍ଷ ତଳେ କାଜି ପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଗୁରୁପଦକୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆ ଯାଇଥିବା ବେଳେ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ବୋହୂକୁ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଅନେକ ସମୟରେ ଗାଁରେ ନ୍ୟାୟ ନିଶାପ ବସି ଘଟଣାର ସମାଧାନ ହୋଇଥିଲା । ହେଲେ ଆଜି ମଧ୍ୟାହ୍ନରେ ସୋନିତାର ଜୀବନ୍ତ ଦ୍ଵଗ୍ଧ ମୃତଦେହ ଘର ଭିତରେ ପଡି ଥିବାର ଦେଖାଯାଇଥିଲା । ଖବର ପାଇବା ପରେ ମୃତ ସୋନିତାର ବାପ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଝିଅକୁ ଶାଶୁ, ସ୍ୱାମୀ ଓ ଶଶୁର ମିଶି ପୋଡି ମାରି ଦେଇଥିବାର ଵାପ ଘର ପକ୍ଷରୁ ଅଭିଯୋଗ ହୋଇଛି ।
ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଂଚି ଅଭିଯୁକ୍ତ ସ୍ୱାମୀ,ଶାଶୁ ଓ ଶଶୁରଙ୍କୁ ଥାନାରେ ଅଟକ ରଖିଥିବା ସହ ତଦନ୍ତ ଚଳାଇଛି । ଖୁବ ଶୀଘ୍ର ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।