ପ୍ରେମିକକୁ ହ୍ଵାଟ୍ସଆପରେ ଶ୍ୱଶୁରଘର ଫଟୋ ପଠାଇ ଗହଣାଗାଣ୍ଠି ଧରି ଫେରାର ହୋଇଗଲା ନବ ବିବାହିତା ବଧୂ

Published By : Prameya-News7 Bureau | July 05, 2019 IST

ଜୟପୁର ୫/୭ : ପୁଣି ସାମ୍ନାକୁ ଆସିଛି ଜଣେ ଲୁଟେରୀ ଦୁଲହନଙ୍କ ମାମଲା । ବଧୂଙ୍କ ହାତର ମେହେନ୍ଦି ଛାଡି ମଧ୍ୟ ନଥିଲା ଆଉ ସେ ନିଜ ବିବାହିତା ସ୍ୱାମୀଙ୍କୁ ଧୋକା ଦେଇଛନ୍ତି । ବଧୂ ବିବାହର ୪ ଦିନ ପରେ ନିଜ ମୁକ ବଧିର ସ୍ୱାମୀକୁ ଛାଡି ଫେରାର ହୋଇଯାଇଛି । ସାଥିରେ ନେଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା । ଘଟଣା ରାଜସ୍ଥାନ ଜୟପୁର ଅଂଚଳର ।

ଜୟପୁର ଗଲତା ଗେଟ ପାଖରେ ଗଣେଶ କଲୋନୀରେ ରହୁଥିବା ମନୀଷ ଗୁପ୍ତଙ୍କୁ ଲୁଟିଥିବା ଲୁଟେରୀ ଦୁଲହନ ରିୟା ବହୁତ ଚାଲାକିର ସହ କାମ କରିଛି । ଫେରାର ହେବ ପୂର୍ବରୁ ରିୟା ନିଜ ଶ୍ୱଶୁରଘର ବାହାରର ଫଟୋ ହ୍ଵାଟ୍ସଆପରେ ନିଜ ସହଯୋଗୀକୁ ପଠାଇଥିଲା । ଯେପରିକି ଘର ଖୋଜିବାକୁ ତାରା ସହଯୋଗୀକୁ କିଛି ଅସୁବିଧା ନହୁଏ । 

ଫଟୋ ପଠାଇବାର କିଛି ମିନିଟ ପରେ ବଧୂର ସହଯୋଗୀ କାରରେ ଆସିଥିଲା ଏବଂ ଅନେକ ଗହଣା ପିନ୍ଧିଥିବା ବଧୂକୁ ନେଇ ଫେରାର ହୋଇଯାଇଥିଲା । ବଧୂ ଫେରାର ହୋଇଯିବ ପରେ ବରପକ୍ଷ ସେମାନଙ୍କୁ ଖୋଜୁଛନ୍ତି ଯେଉଁମାନେ ଏହି ବିବାହର ମଧ୍ୟସ୍ଥତା କରିଥିଲେ । 

ପୀଡିତ ପତି ମନୀଷଙ୍କ ବଡ ଭାଇଙ୍କ ଅନୁଯାୟୀ, ମନୀଷ ମୁକ ଏବଂ ବଧିର । ସେଥିପାଇଁ ତାଙ୍କ ବାହାଘର କେଉଁଠାରେ ହୋଇପାରୁନଥିଲା । ତାଙ୍କ ଘର ପାଖରେ ରହୁଥିବା ସଞ୍ଜୟ ଗୁପ୍ତା ଏବଂ ବନବାରି ନାମକ ଦୁଇଜଣ ମନୀଷଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ଏହାପରେ ଜୟପୁର ସଂସାର ଚନ୍ଦ୍ର ରୋଡ଼ ନିକଟସ୍ଥ ଏକ ହୋଟେଲରେ ଯୁବତୀଙ୍କୁ ଦେଖିବାକୁ ଡାକିଥିଲେ । ଯୁବକ ଯୁବତୀ ପରସ୍ପରକୁ ଦେଖି ପସନ୍ଦ କରିଥିଲେ । ପସନ୍ଦ ଆସିବାରୁ ଦୁଇ ଦଲାଲ ତୁରନ୍ତ ଉଭୟଙ୍କ ବିବାହ କରାଇବା ପାଇଁ କହିଥିଲେ ।

ଜୁନ ୨୪ ତାରିଖରେ ହୋଟେଲରେ ମନୀଷ ଏବଂ ରିୟାର ବରମାଳା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ଉଭୟ ରାଜା ପାର୍କ ସ୍ଥିତ ରାମ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ଏବଂ ମନୀଷଙ୍କ ଘରକୁ ଯାଇଥିଲେ । ଜୁନ ୨୭ ତାରିଖରେ ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିଲା । ଏଥିପାଇଁ ମନୀଷଙ୍କ ବାପା ମା ପୂର୍ବରୁ ଚାଲି ଯାଇଥିଲେ । ରିୟା ସମସ୍ତ ଗହଣା ପିନ୍ଧିଥିଲା । ଫେରାର ହେବା ପାଇଁ ରିୟା ଏକ ଔଷଧ ଦୋକାନକୁ ଯିବାକୁ କହିଥିଲା କିନ୍ତୁ ମନୀଷଙ୍କ ବଡ ଭାଇ ମନାକରିଦେଇଥିଲେ । ରିୟା ସଂଗେ ସଂଗେ ଘର ବାହାରର ଫଟୋ ଉଠାଇ ନିଜ ସହଯୋଗୀକୁ ହ୍ଵାଟ୍ସଆପରେ ପଠାଇ ଦେଇଥିଲା । ଏହାପରେ ସେ ସେଠାରୁ ଫେରାର ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.