ଚଉଠି ରାତି ପୂର୍ବରୁ ନବ ବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | March 12, 2019 IST

କଳାହାଣ୍ଡି ୧୨/୩ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଘଟିଛି ଅଭାବନୀୟ ଘଟଣା | ଗତ ୩ ତାରିଖରେ ବିବାହ କରିଥିବା ଜଣେ ନବ ବଢ଼ୁର ସନ୍ଦେହଜନକ ମୃତ୍ୟୁ ହୋଇଛି |

{"id":92833}

ଶ୍ୱଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି | ନବ ବଧୂ ତାରା ଆଜି ସକାଳୁ ନିଜ ପ୍ରକୋଷ୍ଠରେ କବାଟ ବନ୍ଦ କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘରଲୋକେ କହିଛନ୍ତି |ପୋଲିସ ଘଟଣାସ୍ଥଳରେ ପହଂଚିଛି | ତେବେ ନବ ବଧୂର ବାପା ଘରଲୋକେ ଆହୁରି ପହଂଚି ନଥିବାରୁ ଶବ ବ୍ୟବଚ୍ଛେଦ ପାଇଁ ପାଠ ଯାଇନାହିଁ |

{"id":92831}


ସୂଚନାଯୋଗ୍ୟ ଯେ, କୋକସରା ବ୍ଲକ ଅନ୍ତର୍ଗତ ଟେମରା ଗାଁର ତାରା ଜାଲଙ୍କ ସହ ଜୟନ୍ତପୁର କଲୋନୀର ସୁମନ୍ତ ଜାଲଙ୍କ ବିବାହ ଅନୁଷ୍ଠିତ ହୋଇଥିଲା | ପରମ୍ପରା ଅନୁସାରେ ବିବାହର ୭ ଦିନ ପରେ ବୁଢାରଜା ଠାକୁରଙ୍କ ଦର୍ଶନ ପରେ ଚଉଠି ରାତି ଅନୁଷ୍ଠିତ ହୋଇଥାଏ |

{"id":92832}

ଆଜି ଉଭୟ ବର ଓ କନ୍ୟା ବୁଢାରଜାଙ୍କୁ ଦର୍ଶନ କରିବା ସହ ଚଉଠି ରାତି ହୋଇଥାନ୍ତା | କିନ୍ତୁ ତା' ପୂର୍ବରୁ କନ୍ୟା ତାରାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଛି | ଏହା ପଛରେ ପ୍ରେମ ଜନିତ କାରଣ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି | ତେବେ ମୃତ ତାରାଙ୍କ ବାପା ଘରଲୋକେ ପହଂଚିବା ପରେ ଅଧିକ ଖବର ଜଣାପଡିବ |

{"id":92834}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.