ସେଲ୍ଫି ସୌକ ଯୋଗୁ ପୁଣି ଗଲା ଜୀବନ, ପୋଲ ବାଡାରେ ଛିଡା ହୋଇ ଫଟୋ ଉଠାଉଥିବା ବେଳେ ନଦୀକୁ ଖସିପଡିଲେ ନବବିବାହିତା

Published By : Prameya-News7 Bureau | August 19, 2019 IST

ପିଥମପୁରା :  ପୁଣି ସେଲ୍ଫି ନେଲା ଜୀବନ ! ରାକ୍ଷୀ ପୂର୍ଣ୍ଣିମାରେ  ଭାଈଙ୍କୁ ରାକ୍ଷୀ ବାନ୍ଧି ସ୍ୱାମୀଙ୍କ ସହ ଘରକୁ ଫେରିବା ରାସ୍ତାରେ ଥିବା ନଦୀ ପୋଲରେ ସେଲ୍ଫି ନେଉଥିଲେ ନବ ବିବାହିତା ମହିଳା । ଖୁବ୍ ନିକଟରେ ଛିଡା ହୋଇ ମୋବାଇଲରେ ଫଟୋ ଉଠାଉଥିଲେ ସ୍ୱାମୀ । ନଦୀକୁ ପଇସା ଫିଙ୍ଗିବା ବେଳେ ସନ୍ତୁଳନ ହରାଇ ପୋଲତଳକୁ ଖସିପଡି ଭରା ନଈରେ ଭାସିଯାଇଛନ୍ତି। ଘଟଣାକୁ ୪ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ମିଳିନି ମହିଳା ଶବ।  

{"id":146189,"width":581,"height":325}

ମିଳିଥିବା ସୂଚନା ଅନୁସାରେ ପିଥମପୁରା ନିବାସୀ ରୂପାଲୀ ପଟେଲଙ୍କର ଗତ ମାର୍ଚ୍ଚ ୯ ତାରିଖରେ ବିବାହ ହୋଇଥିଲା। ମାତ୍ର ୫ ମାସର ନୂଆ ବିବାହିତା ରୂପାଲୀ ଗତ ୧୫ ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମାରେ ଭାଇକୁ ରାକ୍ଷୀ ବାନ୍ଧିବା ଲାଗି ସ୍ୱାମୀଙ୍କ ସହ ପିତ୍ରାଳୟକୁ ପିଥମପୁରା ଆସିଥିଲେ। ଭାଈକୁ ରାକ୍ଷୀବାନ୍ଧି ସ୍ୱାମୀଙ୍କ ସହ ନିଜ ଘର କୋଗାଁବାକୁ ଫେରିବା ବାଟରେ ଥିବା ମଣ୍ଡଳେଶ୍ୱର-ଖସରାବାଦ ସଡକର ଏକ ପୋଲରେ ସେଲ୍ଫି ନେଇଥିଲେ। ରୂପାଲୀଙ୍କ ଠାରୁ କିଛି ଦୂରରେ ତାଙ୍କ ସ୍ୱାମୀ ଛିଡା ହୋଇ ମୋବାଇଲ ଫୋନରେ ଫଟୋ ଉଠାଉଥିଲେ। ତେବେ ନଦୀକୁ  ପଇସା ପକାଇବା ବେଳେ ସେ ଅଚାନକ ଖସିପଡି ନିଖୋଜ ହୋଇଯାଇଛନ୍ତି ।   

{"id":146191,"width":579,"height":379}

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମହିଳା ନଦୀକୁ ପଇସା ପକାଇବା ବେଳେ ସନ୍ତୁଳନ ହରାଇ ଖସିପଡିଥିଲେ। ତେବେ ଘଟଣାର ପ୍ରାୟ ଦେଢଘଣ୍ଟା ପରେ ମହିଳାଙ୍କ ସ୍ୱାମୀ ମଣ୍ଡଳେଶ୍ୱର ଥାନାରେ ପହଞ୍ଚି ସେଲ୍ଫି ନେଉଥିବା ବେଳେ ତାଙ୍କ ପତ୍ନୀ ନଦୀକୁ ଖସି ପଡିଥିବାର ଅଭିଯୋଗ କରିଥିବା ଓଆଇସି ସୌରଭ ବାଥମ କହିଛନ୍ତି। ତେବେ ତୁରନ୍ତ ଘଟଣାସ୍ଥଳକୁ ବୁଡାଳୀ ଓ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଥିବା ବେଳେ ସେମାନେ ଏପର୍ଯ୍ୟନ୍ତ ମହିଳାଙ୍କ ଶବ ଠାବ କରିପାରିନାହାନ୍ତି।  ବରଗୀ ଏବଂ ଓଁକାରେଶ୍ୱର ନଦୀବନ୍ଧ ଯୋଜନାରୁ ଏବେ ବନ୍ୟା ଜଳ ନିଷ୍କାସନ ହେଉଛି। ଏଣୁ ନଦୀନାଲ ଫୁଲିଥିବା ବେଳେ ମହିଳା ହୁଏତ ଦୂରକୁ ଭାସିଯାଇଥାଇ ପାରନ୍ତି ବୋଲି ଏବେ ସନ୍ଦେହ କରୁଛନ୍ତି ଦମକଳ ବାହିନୀ।  ଘଟଣା କୁ ନେଇ ପିଥମପୁରା ଓ କେଗାଁବା ଅଞ୍ଚଳରେ ଏବେ ଛାଇଯାଇଛି ଶୋକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.