ଚରିତ୍ର ସନ୍ଦେହରେ ନବବଧୂଙ୍କୁ ବାପଘରେ ସ୍ବାମୀ ଓ ଶ୍ବଶୂର କଲେ ଆକ୍ରମଣ! ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | August 26, 2019 IST

ଆନନ୍ଦପୁର୨୬|୮: ନନ୍ଦିପଦା ଥାନା ରମ୍ପାସ ଗାଁରେ ଜଣେ ବିବାହିତା ମହିଳାଙ୍କୁ ଶଶୁର ଘରଲୋକେ ଆକ୍ରମଣ କରିଛନ୍ତି।ମହିଳାଙ୍କୁ ଅଚେତ ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ବାପଘର ଲୋକେ।ଚରିତ୍ରକୁ ସନ୍ଦେହ କରି ଆକ୍ରମଣ ହୋଇଥିବା ବାପଘର ଲୋକେ କହିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇଛି।

   ରମ୍ପାସ ଗାଁର କୃଷ୍ଣଚନ୍ଦ୍ର ଦାସଙ୍କ ଝିଅ ଆରତୀ ସହ ସେହି ଗାଁର ମଧୁସୂଦନ ଦାସଙ୍କ ପୁଅ ଗୋଲକ ସହିତ ଦେଢ଼ ବର୍ଷ ତଳେ ବାହାଘର ହୋଇଥିଲା।ତେବେ ବାହାଘର କିଛି ମାସପରେ ଆରତୀ ଗର୍ଭ ଧାରଣ କରିବା ଘଟଣା ଶ୍ୱଶୁର ଘର ଲୋକେ ଜାଣିବା ପରଠାରୁ ଆରତୀଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ ଶ୍ୱଶୁର ଘର ଲୋକେ।

ଆରତୀଙ୍କୁ ସେଥିପାଇଁ ନିର୍ଯାତନା ଦେବାରୁ ସେ କିଛିଦିନ ହେଲା ବାପଘରେ ରହୁଥିଲେ।ଆଜି ସକାଳୁ ହଠାତ ସ୍ୱାମୀ ଗୋଲକ ସହ ଶାଶୁ ଶ୍ୱଶୁର ଓ ଦିଅର ଆରତୀଙ୍କ ବାପଘରେ ପହଞ୍ଚି ଯୁକ୍ତିତର୍କ କରିବା ସହ ମିଳିତ ଭାବେ ଆକ୍ରମଣ କରିଥିଲେ।ନନ୍ଦିପଦା ଥାନା ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ଆରତୀଙ୍କ ସ୍ବାମୀ, ଶ୍ବଶୂର କିମ୍ବା ତାଙ୍କ ଶାଶୂଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.