ନବବଧୂଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରିବା ଏଠାକାର ପରଂପରା, ମନାକଲେ ହେବାକୁ ପଡ଼େ ସାମାଜିକ ବାସନ୍ଦ
26/12/2018 at 5:35 PM

ନଜଫବାଦ ୨୬/୧୨-ଭାରତରେ ଘରର ବୋହୂଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ। କାହିଁକିନା ବିବାହ କରି ନୂଆବୋହୂଟିଏ ଘରକୁ ଆଣିଲେ ଲକ୍ଷ୍ମୀ ଆସିଛି ବୋଲି ସମସ୍ତେ କୁହନ୍ତି । ସେଥିପାଇଁ ଘରେ ବୋହୂମାନଙ୍କୁ ଅଧିକ ସମ୍ମାନ ଦିଆଯାଇଥାଏ । କିନ୍ତୁ ଏମିତି ଜାଗାଟିଏ ଅଛି, ଯେଉଁଠି ଘରକୁ ନୂଆ ହୋଇ ଆସିଥିବା ବୋହୁକୁ ଲଗାଯାଇଥାଏ ବେଶ୍ୟାବୃତ୍ତିରେ । ଆସନ୍ତୁ ଜାଣିବା ଘଟଣା ସଂପର୍କରେ

ଏହି ଘଟଣା ଆମ ଦେଶ ବାହାରର ନୁହେଁ । ଆମଦେଶର ରାଜଧାନୀ ଦିଲ୍ଲୀର ନଜଫବାଦ ପ୍ରେମନଗର ଅଂଚଳରେ ରହୁଥିବା ପରନା ସମ୍ପ୍ରଦାୟରେ ଅଛି ଏଭଳି ପରମ୍ପରା । ସେହି ପରମ୍ପରା ଅନୁସାରେ ବେଶ୍ୟାବୃତ୍ତି କାମରେ ଲଗାଯାଇଥାଏ ନବବିବାହିତ ମହିଳାଙ୍କୁ ।

ଏହି ସଂପ୍ରଦାୟର ଲୋକେ ୧୨ ରୁ ୧୫ ବର୍ଷ ମଧ୍ୟର ବାଳିକାଙ୍କୁ ବିବାହ କରିଥାନ୍ତି ।ବିବାହ ପର ଦିନଠୁ ହିଁ ସେମାନଙ୍କୁ ବେଶ୍ୟାବୃତ୍ତିରେ ସାମଲ ହେବାକୁ ପଡିଥାଏ । ବିବାହ ପରେ ଘରକାମ ସମ୍ଭାଳିବା ସହ ବେଶ୍ୟାବୃତ୍ତିକୁ ମଧ୍ୟ ସମ୍ଭାଳିବାକୁ ପଡ଼ିଥାଏ ଏମାନଙ୍କୁ ।ଏହି ସଂପ୍ରଦାୟର ମହିଳା ଦିନରେ ଘରେ ସ୍ଵାମୀ, ପିଲାଛୁଆଙ୍କ କାମ କରିବା ସହ ରାତିରେ ବେଶ୍ୟାବୃତ୍ତି କରିବାକୁ ତୟାରଥାନ୍ତି । ଏହା ସେଠାକାର ସାମାଜିକ ଚଳଣି ବୋଲି ମାନିବାକୁ ପଡ଼ିଥାଏ ।
ସୂଚନା ଅନୁସାରେ ଏମାନେ ବୈଦିକ ରୀତିରେ ବିବାହ କରିନଥାନ୍ତି । ପ୍ରତି ଝିଅର ନିଲାମ ହୋଇଥାଏ । ଯିଏ ଅଧିକ ପଇସା ଦେଲା ତାକୁ ଝିଅଟିକୁ ଦେଇଦିଆଯାଇଥାଏ । ଏହା ହିଁ ସେମାନଙ୍କ ବାହାଘର ।
ନବବିବାହିତା ଘରକାମ ସାରିବା ପରେ ରାତିରେ ଅନ୍ୟ ପୁରୁଷଙ୍କ ସହ ରଖିବାକୁ ପଡ଼ିଥାଏ ଶାରୀରିକ ସଂପର୍କ । ଯଦି ସେ ଏହିକାମରେ ସଂପୃକ୍ତ ହେବାକୁ ମନାକରେ ତେବେ ଅନେକ ହଇରାଣ ହେବାକୁ ପଡ଼ିଥାଏ । ସେଥିପାଇଁ ଏହି ସଂପ୍ରଦାୟର କେହି ମହିଳା ବେଶ୍ୟାବୃତ୍ତି କରିବାକୁ ମନା କରି ନ ଥାନ୍ତି ।
ଝିଅଟିଏ ପରିବାର ଜନ୍ମହେବାପରେ ତାକୁ ଏହି କାମ କରିବାକୁ ପଡ଼ିବ ବୋଲି କୁହାଯାଇଥାଏ । ଏଥିପାଇଁ ଛୋଟବେଳୁ ଏବାବଦରେ ଟ୍ରେନିଂ ଦିଆଯାଇଥାଏ ।