କରୋନା ଯୋଗୁଁ ହରାଇଲେ କାମ, ହତାଶ ହୋଇ ଆତ୍ମହତ୍ୟା କଲେ ନବ ବିବାହିତ ଦମ୍ପତ୍ତି, ମାସେ ପୂର୍ବରୁ ହୋଇଥିଲା ବାହାଘର

Published By : Prameya-News7 Bureau | September 10, 2020 IST

ପାନିପତ ୧୦/୦୯ : କରୋନା ମହାମାରୀ ଯୋଗୁଁ ଲଗାତାର ଜାରି ହୋଇଥିବା ଲକଡାଉନ ଦୁନିଆର ଗତିରେ ବ୍ରେକ ଲଗାଇ ଦେଇଥିଲା | ଲକଡାଉନ ଯୋଗୁଁ ସାରା ଦୁନିଆର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି |  ଭାରତରେ ମଧ୍ୟ କୋଟିଏ ଲୋକ ରୋଜଗାର ହରାଇଛନ୍ତି | ଅନେକ ଲୋକଙ୍କ ଚାକିରୀ ଚାଲିଯାଇଛି | ଲକଡାଉନ୍ କଟକଣା ଉଠିବା ପରେ ମଧ୍ୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିନାହିଁ | ଚାକିରୀ ଓ ରୋଜଗାର ହରାଇଥିବା କୋଟି କୋଟି ଲୋକ ହତାଶ ହୋଇଯାଇଛନ୍ତି | ହତାଶ ହୋଇ ପାଣିପତର ଏକ ନବ ବିବାହିତ ଦମ୍ପତ୍ତି ଜୀବନ ହାରିଛନ୍ତି |

ମାମଲା ହରିୟାଣା ପାନିପତ ଜିଲ୍ଲା ରାଜନଗର ଅଞ୍ଚଳର | ଏଠାରେ ରହୁଥିବା ଜଣେ ୨୮ ବର୍ଷ ବୟସ୍କ ଆବେଦ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେବିକାଶ ନଗର ସ୍ଥିତ ନଜମାଙ୍କୁ ବିବାହ କରିଥିଲେ | ସେ ୱେଲଡିଂ କାମ କରନ୍ତି | କିନ୍ତୁ କରୋନା ଓ ଲକଡାଉନ୍ ଯୋଗୁଁ ସେ ରୋଜଗାର ହରାଇଥିଲେ | ସେ ବହୁତ ହତାଶ ହୋଇଯାଇଥିଲେ | କିନ୍ତୁ ଲକଡାଉନ୍ ପରେ କାମ ମିଳିଯିବ ବୋଲି ଆଶା କରିଥିଲେ | ଅନଲକ୍ ପରେ ମଧ୍ୟ ତାଙ୍କୁ କିଛି କାମ ମିଳିନଥିଲା | କାମ ଖୋଜିବାକୁ ସେ ପ୍ରତିଦିନ ସକାଳୁ ବାହାରୁଥିଲା ଓ ସନ୍ଧ୍ୟାରେ ଘରକୁ ଫେରୁଥିଲେ | ଏହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲା | ଶେଷର ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା | ବ୍ୟବଛେଦ ପରେ ପୋଲିସ ଉଭୟ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି |

ଆବେଦଙ୍କ ବଡ ଭାଇ ଜାବେଦ କହିଛନ୍ତି ଯେ ସେମାନେ ଗୋଟିଏ ଘରେ ରୁହନ୍ତି | ରୋଜଗାର ହରାଇବା ପରେ ସେ ବହୁତ ଚିନ୍ତିତ ରହୁଥିଲେ | କିନ୍ତୁ ଶୀଘ୍ର ସବୁ ଠିକ ହୋଇଯିବ ବୋଲି ସେ ଭାବିଥିଲେ | କିନ୍ତୁ ସକାଳେ ଉଠି ସେ ଯେତେବେଳେ ତଳକୁ ଆସିଥିଲେ ଆବେଦ ଓ ତାଙ୍କ ପତ୍ନୀଙ୍କୁ ଦେଖିନଥିଲେ | ଝରକା ପଟେ ଦେଖିଲେ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ଘରଲୋକ କବାଟ ଭାଙ୍ଗି ଉଭୟ ଶବକୁ ତଳକୁ ଓହ୍ଲାଇ ପୋଲିସକୁ ଖବର ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.