ପଟ୍ଟାମୁଣ୍ଡେଇରେ ନବ ବଧୂକୁ ହତ୍ୟା ଉଦ୍ୟମ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
26/10/2018 at 5:59 PM

କେନ୍ଦ୍ରାପଡା ୨୬/୧୦ : ବୋହୂକୁ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ପଟ୍ଟାମୁଣ୍ଡେଇ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁର ଶରତ ସ୍ୱାଇଁଙ୍କ ଝିଅ ପ୍ରମିଳା ତେଲେଙ୍ଗା ବସନ୍ତ ଗାଁର ନାରାୟଣ ମହାନ୍ତିଙ୍କୁ ଵିଵାହ କରିଥିଲେ ।ଦୀର୍ଘ ଦିନ ହେବ ଯୌତୁକକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ମାସେ ତଳେ ଝିଅ ତା ବାପାଙ୍କ ପାଖରେ ରହୁଥିବାରୁ ଗାଁ ମଧ୍ୟସ୍ତିଙ୍କ ସହାୟତରେ ଝିଅକୁ ସ୍ଵାମୀଙ୍କ ସାଙ୍ଗରେ ପଠାଇଥିଲେ । ତେବେ ଆଜି ସଖାଳୁ ବୋହୁ ଦେହରେ ଶାଶୁ ଓ ସ୍ୱାମୀ କିରାସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଝିଅର ବାପା ଶରତ ସ୍ୱାଇଁ । ତେବେ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାର ତଦନ୍ତ କରୁଛି ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021
ଜମିଜମା ବିବାଦରୁ ତୁମୁଳକାଣ୍ଡ, ଜଣଙ୍କୁ ମିଶି ମାରିଦେଲେ ଗ୍ରାମବାସୀ
28 January 2021