ନବ ନିର୍ମିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ର ଉଦଘାଟିତ

Published By : Prameya-News7 Bureau | July 31, 2018 IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଛନ୍ତି । ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ୫ଟି ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି । ଅନ୍ୟ ସ୍ଥାନ ଗୁଡିକୁ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉଦ୍ ଘାଟନ କରିଛନ୍ତି । ଯାତ୍ରୀଙ୍କ ସୁବିଧାକୁ ଆଖିରେ ରଖି ଏହି କେନ୍ଦ୍ର ଗୁଡିକର ବିକାଶ କରାଯାଉଛି । ଏହି କେନ୍ଦ୍ରଗୁଡିକ ପର୍ଯ୍ୟଟକ, ମହିଳା ଓ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ବହୁତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ରାଜ୍ୟର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏଭଳି କେନ୍ଦ୍ର ବିକାଶ କରାଯିବ । ଏହି କେନ୍ଦ୍ରର ରକ୍ଷଣାବେକ୍ଷଣା କରିବ ପୂର୍ତ୍ତ ବିଭାଗ । ରାଜ୍ୟରେ ୫୦ଟି ସୁବିଧା କେନ୍ଦ୍ର ଖୋଲାଯିବ । ଏଗୁଡିକରେ ଟଏଲେଟ୍, କାଫେଟେରିଆ, ପାନୀୟ ଜଳ ଓ ପାର୍କିଂର ସୁବିଧା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.