Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୌତୁକ ନିର୍ଯ୍ୟାତନା : ପଙ୍ଖାରେ ଶାଢୀ ବାନ୍ଧି ଆତ୍ମହତ୍ୟା କଲେ ନବବଧୂ !

24/04/2019 at 5:15 PM

ଝାରସୁଗୁଡା ୨୪|୪: ଯୌତୁକ ପାଇଁ ୩ ମାସ ତଳେ ବିବାହ କରିଥିବା ବରଗଡର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଗତ ଜାନୁଆରୀ ୨୩ ତାରିଖରେ ବରଗଡ ମହାନ୍ତିପଡାର ଝିଅ ଆଦିତି ଐଶ୍ବର୍ଯ୍ୟା ଝାରସୁଗୁଡା କାନାଡ଼ା ବ୍ୟାଙ୍କର ପିଓ ଭାବେ କାର୍ଯ୍ୟ କରୁଥିବା ଆଦିତ୍ୟ ସାହୁଙ୍କୁ ବିବାହ କରିଥିଲେ।

ଆଦିତିଙ୍କ ବାପା ସେତେବେଳେ ୮ ଲକ୍ଷ ୨୫ ହଜାର ଟଙ୍କା ସହ ୨୨ ଭାରି ସୁନା ଯୌତୁକ ବାବଦରେ ଦେଇଥିଲେ ବୋଲି କହିବା ସହ ଆଉ ଅଧିକ ଯୌତୁକ ଦାବି କରି ଝିଅ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ କରି ଗତକାଲି ଅପରାହ୍ନରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିଲା ବୋଲି କହିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଦିତିଙ୍କ ସ୍ବାମୀ ଆଦିତ୍ୟ। ଗତକାଲି ଆଦିତ୍ୟ ବ୍ୟାଙ୍କରେ ଡ୍ୟୁଟି କରୁଥିବା ବେଳେ ସ୍ତ୍ରୀ ଆଦିତି ପଙ୍ଖାରେ ଶାଢୀରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି କହିଛନ୍ତି। ଏହି ଘଟଣା ଜଣାପଡିବା ପରେ ଝାରସୁଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

   Related Posts