Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନବବଧୂକୁ ହତ୍ୟା କରି କିରୋସିନି ଢାଳି ଜାଳିଦେଲେ ! ଅଭିଯୋଗ ପରେ ସ୍ବାମୀ ଅଟକ

2/01/2020 at 7:50 AM

ନିଶ୍ଚିନ୍ତକୋଇଲି ୨।୧: ନବବଧୂକୁ ହତ୍ୟା କରି କିରୋସିନି ଢାଳି ଜାଳିଦେଲେ ଶାଶୁଘର ଲୋକେ । ଏମିତି ଅଭିଯୋଗ ଆସିଛି କଟକ ଜିଲ୍ଲା ମହାଙ୍ଗା ଥାନା ସିପୁରା ଗାଁରୁ । ଶାଶୁଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ମୃତ ମହିଳାଙ୍କ ଭାଇ । ଏତଲା ଆଧାରରେ ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମହାଙ୍ଗା ଥାନା ସିପୁରା ଗାଁରେ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କରିଥିଲେ ଦୁଇ ଭଉଣୀ । ବିପ୍ର ଚରଣ ଜେନାଙ୍କ ପୁଅ ଉତ୍ତମ ଜେନାଙ୍କୁ ପ୍ରେମ ବିବାହ କରିଥିଲେ ଟାଙ୍ଗୀ ଥାନା ବିରଳ ଗ୍ରାମର ଧୀରେନ୍ଦ୍ର ସାମଲଙ୍କ ଝିଅ ସୁଚିତ୍ରା । ମାତ୍ର ୬ ମାସ ତଳେ ହୋଇଥିଲା ବାହାଘର । ସୁଚିତ୍ରାର ବଡ଼ଭଉଣୀ ମଧ୍ୟ ଉତ୍ତମଙ୍କ ବଡ଼ଭାଇ ବିଶ୍ବପ୍ରକାଶକୁ ବିବାହ କରିଛନ୍ତି ।

ବିବାହ ପରଠୁ ସୁଚିତ୍ରାଙ୍କୁ ଶାଶୁଘରେ ଲୋକେ ନିର୍ଯାତନା ଦେଇଆସୁଥବା ଅଭିଯୋଗ ହୋଇଛି । ଶାଶୁଘର ଲୋକ କିନ୍ତୁ କହୁଛନ୍ତି ସୁଚିତ୍ରା ନିଜେ କିରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି । ଶାଶୁଘରୁ ଅଧିକ ଯୌତୁକ ଦାବି ସାଙ୍ଗକୁ ସ୍ବାମୀର ପରକୀୟା ପ୍ରିତି ହିଁ ମହିଳାଙ୍କ ମୃତ୍ୟୁର କାରଣ ପାଲଟିଥିବା ଚର୍ଚ୍ଚା ଯୋରଧରିଛି ।

ଶାଶୁ ଓ ନଣନ୍ଦଙ୍କ ବୟାନରେ ତାଳମେଳ ରହୁନି, ସ୍ଥାନୀୟ ବାସିନ୍ଦା ବି ଭିନ୍ନ ବୟାନ ଦେଉଛନ୍ତି । ତେବେ ସୁଚିତ୍ରାର ମୃତ୍ୟୁ ପଛର ରହସ୍ୟ କ’ଣ ? ମାହାଙ୍ଗା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ କରିଛି । ଏହି ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ।

   Related Posts