୭ ମାସ ତଳେ ବିବାହ କରିଥିବା ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ
6/08/2019 at 5:36 PM

ଭବାନୀପାଟଣା ୬|୮: କୋଠରୀ ଭିତରୁ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଚିଚୌଗୁଡା ଗାଁରେ ଏହି ଘଟଣା ଘଟିଛି । ମୃତ ନବବଧୂଙ୍କ ନାଁ ଦିପାଞ୍ଜଳି ମେହେର ବୋଲି ଜଣାପଡିଛି । ସାତ ମାସ ତଳେ ତାଙ୍କର ବିବାହ ହୋଇଥିଲା । ଝିଅଘର ପକ୍ଷରୁ ଜୁନାଗଡ ଥାନାରେ ହତ୍ୟା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜୁନାଗଡ ଥାନାରେ ଦିଆଯାଇଥିବା ଏତଲାରେ ଦିଅର ଶାଶୁ ଓ ସ୍ବାମୀଙ୍କ ବିରୋଧ ନିର୍ଯାତନା ଅଭିଯୋଗ ହୋଇଛି ।
ଗତ ଜାନୁଆରୀ ୨୮ ତାରିଖରେ ବିବାହ ସମ୍ପନ୍ନ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ହେଲେ ପୋଲିସର ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠାଇଦେଇଛି । ଶାଶୁ ଓ ସ୍ବାମୀ ଧନଞ୍ଜୟ ମେହେରଙ୍କୁ ଅଟକ ରଖିଛି ପୋଲିସ । ପ୍ରାଥମିକ ତଦନ୍ତରେ ମୃତ୍ୟୁ ସନ୍ଦେହଜନକ ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛି ।