Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରକିୟାପ୍ରୀତି ନେଲା ଜୀବନ ! କେ.ନୂଆଗାଁର ନବବିବାହିତା ପିଙ୍କିଙ୍କ ଶବ ମିଳିଲା ପୁନେର ଏକ ବନ୍ଦ କୋଠରୀରୁ…

21/04/2019 at 6:40 PM

ସାନଖେମୁଣ୍ଡି ୨୧|୪: ବିଗତ ଏକମାସ ତଳେ ଆନ୍ଧ୍ର ବିଛିନ୍ନାଂଚଳ ମନ୍ଦସାଗଡ ଅଂଚଳରେ ବିବାହ କରିଥିବା କେ.ନୁଆଗାଁ ଥାନା ଅନ୍ତର୍ଗତ ବୀରସିଂହଲକ୍ଷ୍ମୀନାରାୟଣପୁର ଗ୍ରାମର ପିତାମ୍ଵର ପ୍ରଧାନଙ୍କ ୨୩ ବର୍ଷ ବୟସ୍କା ଝିଅ ପିଙ୍କିଙ୍କ  ମୃତ ଦେହ ସୁଦୁର ପୁନେ ସହରର ଏକ ବନ୍ଦ କୋଠରୀରୁ ମିଳିଥିବା ନେଇ ନୂଆଗାଁ ପୁଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ପିଙ୍କି ଯୁକ୍ତ ତିନି ପରୀକ୍ଷା ଦେଵା ପାଇଁ ନିଜ ଅଜା ଘରୁ ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ କଲେଜକୁ ଆସିଥିଲେ । କିନ୍ତୁ ତାପରଠୁ ସେ ନିଜ ଘର ବା ଶ୍ବଶୁର ଘରକୁ  ଆଉ ଫେରିନଥିଲେ ।  ଶାଶୁ ଘର ଲୋକ ଏବଂ ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ପିଙ୍କିର କୌଣସି  କୌଣସି ସନ୍ଧାନ ପାଇନଥିଲେ । ଏ ସଂପର୍କରେ ଜରଡା ଥାନାରେ ପିଙ୍କି ନିଖୋଜ ଥିବା ଏତଲା ହୋଇଥିଲା।

ପୁନେର ଏକ ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୁନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଆଧାର କାର୍ଡରୁ ଠିକଣା ସଂଗ୍ରହ କରି ଜରଡା ପୋଲିସକୁ ଯୋଗାଯୋଗ କରିଥିଲେ । ଜରଡା ପୋଲିସ ନୂଆଁ ଗାଁ ପୋଲିସ କୁ ଖବର ପଠାଇବା ସହ ପରିବାର କୁ ଜଣାଇଥିଲା ।

ଗତକାଲି ରାତିରେ ନିଜର ଶଶୁର ଘର ଲୋକ ଓ ପରିବାର ବର୍ଗ ପୁନେ ଯାଇଛନ୍ତି ପିଙ୍କିଙ୍କ ଶବ ଆଣିବା ପାଈଁ । ପିଙ୍କିଙ୍କ ମାମୁଁ ଘର ନିକଟ ଜରଡାଥାନାରେ ପୋଲିସ ଜଣକୁ ସନ୍ଧେହ କରି ଅଟକ ରଖିଥିବା ସୂଚନା ମିଳିଛି । ଜରଡା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନିଜ ଅଜା ଘର ଗାଁରେ ପିଙ୍କିଙ୍କ କାହା ସହ ପ୍ରେମ ସମ୍ପର୍କ ଥିଲା ବୋଲି ପୋଲିସ ସନ୍ଦେହ କରୁଛି । ବିବାହ ପରେ ପିଙ୍କି ସମ୍ପୃକ୍ତ ପ୍ରେମିକ ସହ ପୁନେ ଫେରାର ହୋଇଥାଇପାରେ ଏବଂ ସେଠାରେ କୌଣସି କାରଣରୁ ତାଙ୍କୁ ପ୍ରେମିକ ହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି ।

   Related Posts