୧୫ଦିନ ତଳେ କରିଥିଲେ ପ୍ରେମ ବିବାହ, ସ୍ବାମୀ ସହ ବଚସାରୁ ପିଇଦେଲେ ଅଳତା !
5/04/2021 at 5:02 PM

ପାଟଣା ୫।୪: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଅଳତା ପିଇଦେଲେ ନବ ବିବାହିତା ପତ୍ନୀ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଲିପଶି ନାଏକ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଲିପଶି ନାଏକ ସାହିର ବନ୍ଧୁଆ ନାଏକଙ୍କୁ ଜୁଲି ନାଏକ ୧୫ ଦିନ ତଳେ ପ୍ରେମ ବିବାହ କରିଥିଲେ । କୌଣସି କଥାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସାମାନ୍ୟ ବଚସାକୁ ନେଇ ବନ୍ଧୁଆଙ୍କ ନବବିବାହିତା ପତ୍ନୀ ଅଳତା ପିଇଦେଇଥିଲେ । ଫଳରେ ଜୁଲି ନାଏକ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021