ସୋର ବାହାନଗା ଯୌତୁକ ନିର୍ଯାତନା ସହି ନପାରି ବିଷପିଇ ଜୀବନ ହାରିଲେ ନବବଧୂ

Published By : Prameya-News7 Bureau | November 20, 2018 IST

ବାଲେଶ୍ବର ୨୦|୧୧: ବିବାହ ପରଠୁ ମାଡଗାଳି ଅସହ୍ୟ ହେଲା । ଶାଶୁଘର ଲୋକେ ଯୌତୁକ ପାଇଁ ନାନା ନିର୍ଯାତନା ଦେଲେ।  ଶେଷରେ ବିଷପିଇ ଜୀବନ ହାରିଛନ୍ତି ନବବଧୂ। ମୃତ ନବବଧୂ  ସୋର ବାହାନଗା ବ୍ଲକ ଖରାସାହାପୁର ଗାଁର ପ୍ରଫୁଲ୍ଲ ଜେନାଙ୍କ ଝିଅ ଦମୟନ୍ତୀ । ସେ ୬ ମାସ ତଳେ ଆମ୍ବଗଡିଆ ଗାଁର ଦୟା ଜେନାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରଠାରୁ ଦମୟନ୍ତୀଙ୍କୁ ଶାଶୁଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଗତକାଲି ହଠାତ ଦମୟନ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦମୟନ୍ତୀଙ୍କ ମୃତ୍ୟୁ ପରେ ମୃତଦେହକୁ ଛାଡି ସ୍ବାମୀ ଓ ଶାଶୁ ଶ୍ବଶୁର ଫେରାର ହୋଇଯାଇଛନ୍ତି । ଝିଅକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଦମୟନ୍ତୀଙ୍କ ମାଆ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.