Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

6/08/2020 at 4:26 PM

ନବରଙ୍ଗପୁର ୬।୮: ନବରଙ୍ଗପୁର ଜିଲ୍ଲାରେ ବଧୁ ହତ୍ୟା ଅଭିଯୋଗ ।  ରାଇଘର ଥାନା ଅନ୍ତର୍ଗତ ସରଗୁଲି, ଡିଏନକେ ଗାଁରେ ଜଣେ ନବ ବିବାହିତାଙ୍କୁ ଶାଶୁ ଘର ଲୋକ ବେକରେ ଶାଢୀ ଲଗାଇ ଫ୍ୟାନରେ ଟାଙ୍ଗି ଦେଇଥିବା ନବବଧୂଙ୍କ ପରିବାର ଅଭିଯୋଗ କରିଛନ୍ତି ।  

ସୂଚନାଯୋଗ୍ୟ ଯେ, ଗତ ୪ ମାସ ତଳେ ଉମରକୋଟ ଥାନା ଚାଟିଗୁଡା ଗାଁର ନାରାୟଣ ସର୍ଦାରଙ୍କ ୧୯ ବର୍ଷର ଝିଅ ଅପର୍ଣ୍ଣାଙ୍କୁ ରାଇଘର ଥାନା ସରଗୁଲି ଗାଁର ପ୍ରଦୀପ ମଣ୍ଡଳଙ୍କ ୨୫ ବର୍ଷର ପୁଅ ଜୟନ୍ତ ମଣ୍ଡଳଙ୍କ ସହ ବିବାହ କରିଥିଲେ । ଅପର୍ଣ୍ଣାଙ୍କ ପରିବାରର ଅନିଚ୍ଛା ସତ୍ତ୍ବେ ଅପର୍ଣ୍ଣାଙ୍କୁ ବାହା ହୋଇଥିଲେ।  ବିବାହ ପରେ ଉଭୟ ବହୁତ ଖୁସିରେ ଥିଲେ । ଅପର୍ଣ୍ଣାଙ୍କ ବ୍ୟବହାର ମଧ୍ୟ ଅତ୍ୟନ୍ତ ଭଲ ଥିଲା । କିନ୍ତୁ ହଠାତ୍ ବୁଧବାର ରାତିରେ କ’ଣ ହୋଇଥିଲା ଯେ ସକାଳୁ ଏଭଳି ଘଟଣା ଘଟିଥିଲା ଏହା ତଦନ୍ତ ପରେ ଜଣା ପଡିବ । କିନ୍ତୁ ଅପର୍ଣ୍ଣାଙ୍କ ପରିବାର ଜ୍ବାଇଁ ଓ ତାଙ୍କ ପରିବାର ଲୋକେ ଅପର୍ଣ୍ଣାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ରାଇଘର ପୋଲିସ ଅପର୍ଣ୍ଣାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

   Related Posts