ପୋଲିସ ଓ ଶିଶୁକଲ୍ୟାଣ ବିଭାଗ ଦ୍ବାରା ନାବାଳିକା ବଧୂ ଉଦ୍ଧାର , ସ୍ବାମୀ ଓ ପରିବାର ଲୋକେ ଅଟକ

Published By : Prameya-News7 Bureau | November 30, 2019 IST

ଭଞ୍ଜନଗର ୩୦।୧୧: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମୁଡ଼େଷକୁପା ଗାଁରେ ପୋଲିସ ଓ  ସୋରଡା ଶିଶୁକଲ୍ୟାଣ ବିଭାଗ ଏକ ନାବାଳିକା ବଧୂକୁ ଉଦ୍ଧାର କରିଛି। ନାବାଳିକା ଜଣକ ପୁରୀ ଜିଲ୍ଲା ପିପିଲିର ଏକ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଡୁଥିବା ଜଣାପଡ଼ିଛି  ।

{"id":191968,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୁଡ଼େଷକୁପାରେ ରହୁଥିବା ପ୍ରଫ୍ହୁଲ ନାୟକଙ୍କ ପୁଅ ସୁନୀଲକୁ ଭଲପାଇ ବିବାହ କରିଥିଲା ନାବାଳିକା । ପିପିଲିରୁ ଆସି ନାବାଳିକା ଜଣକ ମୁଡ଼େଷକୁପା ଗାଁରେ ସୁନିଲଙ୍କ ସହ ତିନି ମାସ ହେଲା ରହୁଥିଲେ । ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଏବଂ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ଚଢାଉ କରି ନାବାଳିକାକୁ ଉଦ୍ଧାର କରି ଗଞ୍ଜାମ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନକୁ ହସ୍ତାନ୍ତର କରାଯାଇଛି।  

{"id":191969,"sizeSlug":"large"}

ସ୍ବାମୀ ଓ ପରିବାର ଲୋକଙ୍କୁ ପୋଲିସ ଅଟକ ରଖିଛି ।   ନାବାଳିକା ଜଣଙ୍କ ନିଜ ପିଉସୀର ଝିଅ ହେବାରୁ ସୁନିଲ ବିବାହ କରିଥିଲେ,  ଦୁଇଜଣ ବହୁତ ଖୁସିରେ ରହୁଥିବା ସମ୍ପର୍କୀୟ ମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.