ନବବଧୂଙ୍କ ମୃତ୍ୟୁ : ସ୍ବାମୀ ଅଟକ, ଶାଶୁ ଓ ଶ୍ବଶୁର ଫେରାର

Published By : Prameya-News7 Bureau | November 25, 2019 IST

ଭୁବନ ୨୫।୧୧: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁ ଢିପସାହିରେ ନବ ବଧୁର ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ନବ ବଧୁଙ୍କ ମାଆ ଅହଲ୍ୟା ପରିଡା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

{"id":189472,"sizeSlug":"large"}

ସୂଚନାଯୋଗ୍ୟ ଯେ , ବନିତା ପରିଡାଙ୍କର ୨୦୧୮ ମସିହାରେ ସୁରପ୍ରତାପପୁର ଗାଁ ଢିପସାହିର ଭୋଳେଶ୍ବର ରାଉତଙ୍କ ସାନ ପୁଅ ପ୍ରତାପ ରାଉତଙ୍କ ସହିତ ବିବାହ ହୋଇଥିଲା । ବିବାହର ୪/୫ ମାସ ଭଲରେ କଟିବା ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ଅଧିକ ଯୌତୁକ ଦାବି କରି ଝିଅ ବନିତାକୁ  ବିଭିନ୍ନ ସମୟରେ ମାଡ ମାରିବା ସହିତ ନାନା ପ୍ରକାରର ନିର୍ଯ୍ୟାତନା ଜ୍ବାଇଁ ପ୍ରତାପ ଦେଉଥିବାର ମାଆ ଅହଲ୍ୟା ପରିଡା ଅଭିଯୋଗ କରିଛନ୍ତି। ଝିଅର ମୃତ୍ୟୁ ଖବର ପାଇ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଭୁବନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଢେଙ୍କାନାଳ ସାଇଣ୍ଟିଫିକ ଟିମ୍ ମଧ୍ୟ ଛାନଭିନ ଜାରି ରଖିଛି । ପୋଲିସ ପ୍ରତାପ ରାଉତକୁ ପୁଲିସ ଅଟକ ରଖିଥିବା ବେଳେ ଶାଶୁ ଶଶୁର ଫେରାର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.