ବିବାହ ରାତିରେ ୨୨ ବର୍ଷୀୟା ନବବିବାହିତାଙ୍କୁ ଗଣଦୁଷ୍କର୍ମ, ଗିରଫ ଅପରାଧୀକୁ ମୁକୁଳାଇବାକୁ ଆସି ହତ୍ୟା କଲେ ସାଥି ଅଭିଯୁକ୍ତ

Published By : Prameya-News7 Bureau | June 12, 2021 IST

ଲାହୋର୧୨/୬: ବିବାହର ପ୍ରଥମ ରାତିରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ୨୨ ବର୍ଷୀୟା ନବବିବାହିତାଙ୍କୁ ନିଜ ସ୍ବାମୀଙ୍କ ସାମ୍ନାରେ ୪ ଜଣ ଲୁଟେରା ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତ ପୋଲିସ ପୋଷାକରେ ଯୁବତୀଙ୍କ ଶ୍ବଶୁର ଘରେ ପଶିଥିଲେ। ଲାହୋରରୁ ୩୫ କିମି ଦୂର ମୁଲତାନ ଜିଲ୍ଲା​‌ ଅନ୍ତର୍ଗତ ଶୁଜାବାଦର ଏକ ଗାଁରେ ୨୬ ମେରେ ବିବାହ ସମାରୋହ ପରେ ଘରେ ଲୁଟେରା ଧସେଇ ପଶିଥିଲେ। ଏହା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧିବା ସହ ନବବିବାହିତଙ୍କ  ରୁମରେ ପଶି ରଚିଥିଲେ ଅମାନୁଷିକ କାଣ୍ଡ।

ନବବିବାହିତାଙ୍କୁ ଗଣଦୁଷ୍କର୍ମ କରିଥିଲେ ୪ ଲୁଟେରା। ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ କହିବା ଅନୁଯାୟୀ ପୋଲିସ ସ୍କେଚ୍‌ ପ୍ରସ୍ତୁତ କରିଥିଲା। ଯାହାକି ପୋଲିସକୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସହାୟକ ହୋଇଥିଲା।   ଜଣେ ଅପରାଧୀ ଆବିଦି ହୁସୈନକୁ ପୋଲିସ ଧରି ଲୁଟ ସାମଗ୍ରୀ ଉଧାର ପାଇଁ ନେଉଥିଲା। ଏହି ସମୟରେ ବାକି ଅଭିଯୁକ୍ତ ପୋଲିସ ଉପରେ ଆକ୍ରମଣ କରିଥିଲେ।

ପୋଲିସ ମଧ୍ୟ ପ୍ରତିଆକ୍ରମଣ କରିଥିଲା। ଆବିଦିକୁ ପୋଲିସ ପାଖରୁ ମୁକୁଳାଇବାକୁ ଆସିଥିବା ତାର ସାଥିମାନେ ତାକୁ ଗୁଳି କରି ମାରିଥିବା ପୋଲିସ କହିଛି । ଆବିଦିର ମୃତଦେହ ପୀଡ଼ିତାଙ୍କ ପାଖକୁ ନେଇ ଯାଇଥିଲା ପୋଲିସ। ପୀଡ଼ିତା ଚିହ୍ନଟ କରିବା ପରେ ଆବିଦି ପାଖରୁ ଲୁଟ ସାମଗ୍ରୀ ଉଦ୍ଧାର କରିଛି ପୋଲିସ। ସେପଟେ ମାମଲା ସମ୍ପର୍କରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୀର୍ଷ ପୋଲିସ ଅଧିକାରୀଙ୍କୁ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.