ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କଲେ ନବ ଦମ୍ପତି

Published By : Prameya-News7 Bureau | May 29, 2020 IST

ପଦ୍ମପୁର, ୨୯|୦୫:    ପଦ୍ମପୁର ଅଞ୍ଚଳର ପ୍ରଶାନ୍ତ ପୃଷ୍ଟି ଏବଂ ତାଙ୍କ ନବ ବିବାହିତା ପତ୍ନୀ କରୋନା ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସେମାନେ ନିରାଡାମ୍ବରରେ ବିବାହ କରିଥିବା ବେଳେ କିଛି ଟଙ୍କା ଲୋକଙ୍କ ସହଯୋଗରେ ଆସୁ ଏହି ଚିନ୍ତାଧାରା ନେଇ ଦାନ କରିଛନ୍ତି ।

ମହାମାରୀ  କରୋନା ଭାଇରସର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ତଥା ଅନେକ ବ୍ୟକ୍ତିବିଶେଷଙ୍କ ତରଫରୁ  ସହାୟତାର ରାଶି ପ୍ରଦାନ କରାଯାଉଛିା ଏହିକ୍ରମରେ ଆଜି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନଂ-୧୦ ରେ ରହି ଆସୁଥିବା ଶ୍ରୀଯୁକ୍ତ ଅନନ୍ତ ଚରଣ ପୃଷ୍ଟିଙ୍କ ନବ ବିବାହିତ ପୁତ୍ର ପ୍ରଶାନ୍ତ କୁମାର ପୃଷ୍ଟି ଓ ନବପୁତ୍ର ବଧୁ ନିଳିମା ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମାଧ୍ୟମରେ ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତିା ଏଭଳି ସମାଜ ସେବା ପାଇଁ ଉପଜିଲ୍ଲାପାଳ ପ୍ରଶଂସା କରିବା ସହିତ ଦୁହିଙ୍କୁ ଧନ୍ୟବାଦ ଜଣାଇଛନ୍ତିା ଏହି ପଦକ୍ଷେପ ଅଞ୍ଚଳରେରେ ମଧ୍ୟ ଚର୍ଚ୍ଚା ଓ ପ୍ରଶଂସାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.