Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

10/12/2019 at 11:02 AM

ଖୋର୍ଦ୍ଧା ୧୦/୧୨: ଗଛରୁ ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା ତେନ୍ତୁଳିଆପଡା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା ।  ଅଧିକ ଯୈ।ତୁକ ପାଇଁ ନବବଧୂଙ୍କୁ ଶାଶୁଘର ଲୋକମାନେ ମିଳିମିଶି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଘରପାଖ ଆମ୍ବ ଗଛରେ ଝୁଲାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତା ନବବଧୂଙ୍କ ବାପଘର ଲୋକେ।  ଟାଂଗୀ ପୋଲିସ ଏନେଇ ତଦନ୍ତ କରୁଛି ।

ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା ଝରିଆ ଗାଁର ଲକ୍ଷ୍ମୀ ପରିଡା ସହିତ ସେହି ଥାନା ତେନ୍ତୁଳିଆପଡା ଗାଁର ଅନ୍ନ ପରିଡାଙ୍କ ବିବାହ ହୋଇଥିଲା । ବିବାହକୁ ବର୍ଷେ ପୂରିନି କିନ୍ତୁ ଯୈ।ତୁକ ପାଇଁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ନବବଧୂ ଲକ୍ଷ୍ମୀଙ୍କ ମୃତ୍ୟୁ ହତ୍ୟା-ନା-ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ଓ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଘଟଣା ଘଟିବା ପରେ ନବବଧୂଙ୍କ ଶାଶୁଘର ଲୋକମାନେ ଫେରାର ହୋଇଯାଇଛନ୍ତି ।

   Related Posts