ବିବାହର ୧୩ଦିନ ପରେ ପ୍ରେମିକ ସହ ଫାଶୀ ଲଗାଇଲେ ନବବଧୂ

Published By : Prameya-News7 Bureau | March 24, 2019 IST

ବାଲେସର ୨୪/୩: ୧୩ଦିନ ହେବ ବିବାହ କରିଥିବା ନବବିବାହିତା ନିଜ ପ୍ରେମିକ ସହ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଉଭୟଙ୍କ ଶବ ବେଲଓ୍ବା ରାଣାଜୀ ଗାଁ ପାଖର ଏକ ଗଛରେ ଝୁଲିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସୂଚନା ଅନୁସାରେ ବେଲଓ୍ବା ଗାଁ ବାସିନ୍ଦା ୨୦ବର୍ଷ ବୟସ୍କ ଜସାରାମ ଭୀଲ ଗୁମାନପୁରା ଗାଁ ବାସିନ୍ଦା ୨୦ବର୍ଷ ବୟସ୍କା ଯୁବତୀକୁ ଦୀର୍ଘ ଦିନରୁ ପ୍ରେମ କରୁଥିଲା। ମାର୍ଚ୍ଚ ୮ତାରିଖରେ ଯୁବତୀର ବିବାହ ହୋଇଯାଇଥିଲା। ଦୁହେଁ ଚିନ୍ତିତ ଥିଲେ। ଏଥିପାଇଁ ଦୁହେଁ ଗତ ଗୁରୁବାର ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯୁବତୀଙ୍କ ବାପାଙ୍କ ରିପୋର୍ଟକୁ ଆଧାର କରି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ୍।

ମୃତ ଜସାରାମ ଭୀଲ ଯୁବତୀର ଭାଇ ସହ ଗୁଜୁରାଟରେ କାମ କରୁଥିଲା। ସେଥିପାଇଁ ଜସାରାମ ଭୀଲ ଯୁବତୀଙ୍କ ଘରକୁ ଯିବା ଆସିବା କରୁଥିଲା। ଯିବା ଆସିବା ଲାଗି ରହିଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମୃତା ଯୁବତୀଙ୍କ ବିବାହ ମାର୍ଚ୍ଚ ୮ତାରିଖରେ ସିୟାନ୍ଦା ଗ୍ରାମର ଜଣେ ଯୁବକଙ୍କ ସହ ହୋଇଥିଲା। ବିବାହ ପରେ ଯୁବତୀ ତା’ର ବାପ ଘରେ ଥିଲା।  

{"id":96290,"width":591,"height":344}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.