ଯୈାତୁକ ନିର୍ଯ୍ୟାତନା : ନବ ବଧୂକୁ ପୋଡ଼ି ମାରିଦେଲେ ଶାଶୁ ଘର ଲୋକେ

Published By : Prameya-News7 Bureau | December 16, 2018 IST

କଟକ ୧୬/୧୨:  ସାଲେପୁର ଥାନା ଗଙ୍ଗାପୁର ଗାଁରେ ନବ ବଧୂକୁ ପୋଡ଼ି ହତ୍ୟା କରାଯାଇଛି। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼କାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ସାଲେପୁର ଥାନା ସଉରୀ ପଞ୍ଚାୟତର ଗଙ୍ଗାପୁର ଗାଁରେ। ଗତ ୪ବର୍ଷ ତଳେ ପଟଣା ଗାଁର ନାରାୟଣ ସାମଲଙ୍କ ଝିଅ ଗଙ୍ଗାପୁର ଗାଁର ଶୁକଦେବ ସାମଲଙ୍କ ପୁଅ ହାବୁଲା ସାମଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶାଶୁ ଓ ସ୍ବାମୀ ହାବୁଲା ଟଙ୍କା ଆଣିବା ପାଇଁ ପୁଷ୍ପଲତା ଉପରେ ଚାପ ପକାଇବା ସହ ସ୍ବାମୀ ବାରମ୍ବାର ମଦ ପିଇ ମାରପିଟ କରୁଥିଲା। ଗୁରୁବାର ୪ଟା ସମୟରେ ହାବୁଲା ମଦ ପିଇ ଶାଶୁ ଘରେ ପହଞ୍ଚି ଶାଶୁ ସଂଯୁକ୍ତାଙ୍କୁ ଟଙ୍କା ମାଗିଥିଲା। ଟଙ୍କା ନଦେବାରୁ ଗାଳି ଗୁଲଜ କରିବା ସହ ଝିଅକୁ ମାରିଦେବାକୁ ଧମକ ଦେଇଥିଲା। ଶନିବାର ଦିନ୧୨ଟା ରାତିରେ  ଶାଶୁ ଘରକୁ ଖବର ଗଲା ତୁମ ଝିଅ ଗୁରୁତର ଶିଘ୍ର ଆମ ଘରକୁ ଆସ । ସେଠାରେ ପହଞ୍ଚିଲାବେଳକୁ ଝିଅକୁ କଟକ ବଡ ମେଡିକାଲକୁ ନେଇଯାଇଥିଲେ। ସେଠାରେ ପହଞ୍ଚି ଦେଖିଲୁ ଆମ ଝିଅ  ମରି ପଡ଼ିଛି। ଝିଅକୁ ଦେଖି ଜାଣିପାରିଲୁ ତାକୁ ମାରି ଦିଆଯାଇଛି। ତୁରନ୍ତ ଗିରଫ କରିବା ପାଇଁ ଝିଅ ପରିବାର ପକ୍ଷରୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.