ଗୋକନପୁରରେ ଯୈାତୁକ ପାଇଁ ନବବଧୂକୁ ପୋଡି ହତ୍ୟା ଅଭିଯୋଗ
11/11/2018 at 11:48 AM

ଭୁବନେଶ୍ବର ୧୧/୧୧: ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଯୈାତୁକ ପାଇଁ ନବବଧୂକୁ ପୋଡି ହତ୍ୟା ଅଭିଯୋଗ ହୋଇଛି। ମୃତା ନବବଧୂ ହେଲେ ରଶ୍ମି ପଢିଆରି। ବାପ ଘର ଝିଅକୁ ପୋଡ଼ି ଶ୍ବଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ସ୍ବାମୀ ଓ ଶାଶୁ ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ରଶ୍ମିଙ୍କ ନିଜ ଘର ଚନ୍ଦକା ଥାନା ଦାରୁଠେଙ୍ଗ ଗାଁରେ। ୪ ମାସ ତଳେ ତାଙ୍କ ବାହାଘର ହୋଇଥିଲା। ମୃତଦେହକୁ ଜବତ କରି ନନ୍ଦନକାନନ ପୋଲିସ ତଦନ୍ତ ଚଳାଇଛି।