ବିବାହ କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ ସାଂସଦ, ଜାଣନ୍ତୁ କାହାକୁ କରିବେ ବିବାହ

Published By : Prameya-News7 Bureau | June 02, 2019 IST

କୋଲକତା ୨|୬: ଅଭିନେତ୍ରୀ ନୁସରତ ଜହାଁ ସାଂସଦ ହୋଇଛନ୍ତି । ମୋଦି ଲହର ମଧ୍ୟରେ ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗରୁ ବଶିରହାଟ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏବେ ନୁସରତଙ୍କୁ ନୂଆ ଖବର ମଧ୍ୟ ସାମ୍ନାକୁ ଆସୁଛି । ନୁସରତ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ସାଂସଦ ହେବା ପରେ ଖୁବ୍ ଶୀଘ୍ର ନୁସରତ ଜହାଁ ବଧୂ ବେଶରେ ସଜେଇ ହେବାକୁ ଯାଉଛନ୍ତି । ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ନୁସରତ ବିବାହ କରୁଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ।

ନୁସରତ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନୁସରତ ଏବଂ ନିଖିଲଙ୍କ ବିବାହ ଡେଷ୍ଟିନେଶନ ଓ୍ବେଡିଂ କରିବାକୁ ଯାଉଛନ୍ତି । ଯାହାର ଆୟୋଜନ ଇସ୍ତାନବୁଲରେ କରାଯିବ । ସୂଚନା ଅନୁସାରେ କୋଲକାତାରେ ନୁସରତଙ୍କ ଘରେ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି ।

wp:core-embed/instagram {"url":"https://www.instagram.com/p/Bx983WJnm_-/","type":"rich","providerNameSlug":"instagram","className":""}
https://www.instagram.com/p/Bx983WJnm_-/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.