Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଫଳାଫଳ ପୂର୍ବରୁ ପ୍ରସ୍ତୁତି, ପାଟ୍‌ନାର ବିଳାଶପୂର୍ଣ୍ଣ ହୋଟେଲ୍‌ରେ ରହିବେ ନବ ନିର୍ବାଚିତ ବିଧାୟକ

8/11/2020 at 10:50 PM

ପାଟନା ୮/୧୧: ବିହାର ନିର୍ବାଚନ ଫଳାଫଳ ଚଳିତ ମାସ ୧୦ ତାରିଖରେ ପ୍ରକାଶ ପାଇବ। ସେପଟେ ଏକ୍‌ଜିଟ୍‌ ପୋଲ୍‌ ମହାମେଣ୍ଟ ସପକ୍ଷରେ ଯାଇଥିବା ବେଳେ ଏନଡିଏ ମହଲରେ ଦୁଃଖ ଖେଳିଯାଇଛି। କିନ୍ତୁ ନିର୍ବାଚନ ଫଳାଫଳ ଉପ​‌ରେ ସାରା ଦେଶର ନଜର ରହିଛି। ଫଳାଫଳ ଉପରେ ପାର୍ଟିଗୁଡ଼ିକର ଭାଗ୍ୟ ନିର୍ଭର କରୁଥିବା ବେଳେ ବିଜୟ ଲାଭ କରିବାକୁ ଥିବା ବିଧାୟକଙ୍କ ପାଇଁ କିନ୍ତୁ ଖୁସି ଖବର ଆସିଛି।

ବିହାର ବିଧାନସଭାକୁ ନିର୍ବାଚିତ ହେବାକୁ ଥିବା ବିଧାୟକମାନଙ୍କୁ ବିଳାଶପୂର୍ଣ୍ଣ ହୋଟେଲରେ ରହିବାର ସୁବିଧା ଯୋଗାଇଦିଆଯିବ। ଯେଉଁ ବିଧାୟକ ନିର୍ବାଚନ ଜିତିବେ ସେମାନଙ୍କୁ ପାଟନାର ବହୁ ବଡ଼ ବଡ଼ ହୋଟେଲରେ ରଖାଯିବ। ଏହା ସହ ଏହି ସବୁ ହୋଟେଲରେ ବିଜୟୀ ବିଧାୟକଙ୍କ ପାଇ ଖାସ୍‌ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ବିହାରର ପୁରୁଣା ବିଧାୟକଙ୍କ ପାଇଁ ଆବାସ ଥିବା ବେଳେ ପୁରୁନା ପରମ୍ପରା ଅନୁସାରେ ନବନିର୍ବାଚିତ ବିଧାୟକଙ୍କୁ ବିଳାଶପୂର୍ଣ୍ଣ ହୋଟେଲରେ ରହିବାର ସୁବିଧା କରାଯିବ। ତେବେ ଏଥିପାଇଁ ବିଧାନସଭା ପକ୍ଷରୁ ପାଟଣା  ଜିଲ୍ଲାଅଧିକାରୀ କୁମାର ରବିଙ୍କୁ ପତ୍ର ପଠାଯାଇଛି। ଏହା ସହ ୨୦ ଲକ୍ଷ ଟଙ୍କାର ଡ୍ରାଫ୍ଟ ମଧ୍ୟ ପଠାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପାଟନାର ହୋଟେଲ ଇଣ୍ଟନ୍ୟାସନାଲ, ହୋଟେଲ ସମ୍ରାଟ, ମାରଓ୍ବାଡ଼ି ଆବାସ ଗୃହ, ହୋଟେଲ ସିଟି ସେଣ୍ଟର ଆଦି ବୁକ କରାଯାଇଛି।  ସଚିବାଳୟ ପକ୍ଷରୁ ନବ ନିର୍ବାଚିତ ବିଧାୟକମାନଙ୍କ ପାଇଁ ପ୍ରଥମ ଅଧିବେସନ ଆରମ୍ଭରୁ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ରହିବାର ବ୍ୟବସ୍ଥା ହୋଟେଲରେ କରାଯାଇଥିବା ଜଣାପଡ଼ିଛି।

   Related Posts