ବଧୂ ହତ୍ୟା ଅଭିଯୋଗ, ୫ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ

Published By : Prameya-News7 Bureau | July 15, 2021 IST

ଚାନ୍ଦବାଲି ୧୫।୭: ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ସ୍ଥାନୀୟ ଧାମରା ପଞ୍ଚାୟତର ମକରା ମାଝାଙ୍କ ଝିଅ ସୀମା ମାଝା ଜାଗୁଳା ପଞ୍ଚାୟତର ଅଜୟ ଲେଙ୍କାଙ୍କ ପୁଅ ଦୁନିଆ ଲେଙ୍କାଙ୍କୁ ପ୍ରେମ କରି ବିବାହ କରିଥିଲେ । ୫ ମାସ ପୂର୍ବରୁ ସୀମାକୁ ଦୁନିଆ ଲେଙ୍କା ଅପହରଣ କରି ନେଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା । ପରେ ଆପୋଷ ସମାଧାନ ହୋଇ ସୀମାଙ୍କୁ ଦୁନିଆ ବିବାହ କରିଥିଲେ ।

ସୀମା ଜଣେ ଦଳିତ ପରିବାରର ଝିଅ ହୋଇଥିବାରୁ ତାଙ୍କୁ ବିବାହ ପରେ ଶାଶୁଘର ଲୋକ ମାନସିକ ନିର୍ଯାତନା ଦେଉଥିଲେ । ଜୀବନରୁ ମାରି ଫ୍ୟାନରେ ଟାଙ୍ଗି ଦେଇଛନ୍ତି ବୋଲି ମେରାଇନ ଥାନାରେ ଅଭିଯୋଗ କରିଛନ୍ତି ବାପଘର ଲୋକ । ଝିଅ ଘର ଲୋକଙ୍କଠାରୁ ଅଭିଯୋଗ ପାଇ ମେରାଇନ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.