Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଓ ଶାଶୁ-ଶ୍ବଶୁର ଅଟକ

29/06/2021 at 5:22 PM

ଢେଙ୍କାନାଳ ୨୯।୬: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ନବବଧୂଙ୍କ ମୃତଦେହକୁ ଟାଉନଥାନା ପୋଲିସ ଜବତ କରିଛି । ନବବଧୂଙ୍କର ମୃତ୍ୟୁ ସନ୍ଦେହ ଘେରକୁ ଆସିଛି । ଫଳରେ ଟାଉନ ପୋଲିସ ମୃତ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସହରର ଷ୍ଟେସନ ବଜାରଠାରେ ଏକ ଭଡା ଘରେ ରହୁଥିଲେ ତୁମୁସିଙ୍ଗା ଥାନା ଧୋବାବାହାଳୀ ଗାଁର ସୁରେନ୍ଦ୍ର ସାହୁଙ୍କ ପରିବାର । ୧୧ ମାସ ତଳେ କାମାକ୍ଷାନଗର ଗାଙ୍ଗିଯୋଡି ଗାଁର ସଞ୍ଜୁବାଳା ସାହୁଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ । ସୁରେନ୍ଦ୍ର କଟକର ଏକ ଦୋକାନରେ ଟେକନିସିଆନ ଭାବେ କାମ କରନ୍ତି । ସୋମବାର କୌଣସି କାରଣ ବଶତଃ ପାରିବାରିକ କଳହ ଯୋଗୁଁ ଅତିଷ୍ଠ ହୋଇ ସଞ୍ଜୁବାଳା ନିଜ ମା’ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି । ତେବେ ଗତ ରାତିରେ ସଞ୍ଜୁବାଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ଶ୍ଵଶୁର ଘର ପକ୍ଷରୁ ଫୋନ୍ କରାଯାଇଥିଲା ବୋଲି ମୁତ ସଞ୍ଜୁଙ୍କ ଭାଇ ପ୍ରକାଶ କରିଛନ୍ତି । ତେବେ ଡାକ୍ତରଖାନାରେ ଡାକ୍ତର ସଞ୍ଜୁବାଳାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୁବାଳାଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ବାପଘର ପକ୍ଷରୁ ଝିଅକୁ ଏକ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରାଯାଇଛି । ଫଳରେ ଅଭିଯୋଗ ଆଧାରରେ ଝିଅର ସ୍ଵାମୀ, ଶାଶୁ ଓ ଶ୍ବଶୁରଙ୍କୁ ଟାଉନ  ଥାନା ପୋଲିସ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଛି ।

   Related Posts