ଆଶ୍ଚର୍ଯ୍ୟଜନକ ଘଟଣା: ଗୋଟିଏ ଗୋଡ ଥିବା ନବଜାତ ଶିଶୁ ଜନ୍ମ, ପୁଣି ମଳଦ୍ବାର ଏବଂ ପରିସ୍ରା ବାଟ ବନ୍ଦ

Published By : Prameya-News7 Bureau | September 23, 2020 IST

ବଲାଙ୍ଗୀର୨୩/୯: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗୋଡ ଥିବା ନବଜାତ ଶିଶୁ ଜନ୍ମ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏହି ଶିଶୁଟି ଜନ୍ମ ହୋଇଛି। ବଲାଙ୍ଗୀର ଆଗଲପୁର ଭରସୂଜା ପଞ୍ଚାୟତ ଗନପାଲି ଗାଁର ଧୁବ ବାଗଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ପହଁଞ୍ଚିବା ମହିଳା ଏହି ଶୁଶୁଟିକୁ ସେ ଜନ୍ମ ଦେଇଥିଲେ। ଏହି ଶିଶୁଟି ଜନ୍ମ ହେବା ପରେ ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀଙ୍କ ସମେତ ମହିଳାଙ୍କ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଶିଶୁଟିର ମଳଦ୍ବାର ଏବଂ ପରିସ୍ରା ବାଟ ବନ୍ଦ ରହିଛି। ମିଳିଥିବା ସୂଚନା ଅନୁସାରେ ମାଆ-ଛୁଆଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଚ୍ଚ କରି ଦିଆଯାଇଛି। ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା କିପରି ଅଛି, ତାହା ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.