ପୁଣି ଅଲୋଡା ଶିଶୁ କନ୍ୟା : ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

Published By : Prameya-News7 Bureau | October 02, 2019 IST

ଯାଜପୁର ୨।୧୦: ଯାଜପୁର ଜିଲ୍ଲାର ରସଲପୁର ବ୍ଲକ୍ ଅନ୍ତର୍ଗତ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦାରୁ ଆଜି ସକାଳେ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକୁ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁଇପର ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସକାଳ ସମୟରେ ସୁଇପର ଜଣକ ଅଳିଆ ସଫା କରୁଥିବା ସମୟରେ ଅଳିଆ କୁଣ୍ଡରେ ଶିଶୁକନ୍ୟାଟି ପଡ଼ିଥିବାର ଦେଖି ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତର ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମେଡ଼ିକାଲକୁ ପଠାଇଛନ୍ତି । ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ମେଡ଼ିକାଲରେ ପହଞ୍ଚି ଡାକ୍ତରଙ୍କୁ ଶିଶୁର ଅବସ୍ଥା ପଚାରି ବୁଝିଛନ୍ତି । ଏହାସହ ଶିଶୁ ମଙ୍ଗଳ ଅଧିକାରୀ ସଦସ୍ୟ ସୁବାସ ଚନ୍ଦ୍ର ଦେବତା ଖବର ପାଇ ମେଡ଼ିକାଲରେ ପହଞ୍ଚି ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରିଛନ୍ତି । ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବା  ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.